ବ୍ରହ୍ମପୁରରେ ଚାଞ୍ଚଲ୍ୟ: ଜୀବନ ହାରିଲେ ଯୁବତୀ, ସଧବା ଭଳି ସତ୍କାର କରିବା ନେଇ ସୁଇସାଇଡ୍ ନୋଟରେ ଲେଖିଲେ

ବ୍ରହ୍ମପୁର : ବ୍ରହ୍ମପୁର ବଡ ବଜାର ଥାନା ଓମ୍ ନଗର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବତୀ ଜୀବନ ହାରିଛନ୍ତି । ଗତକାଲି ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛନ୍ତି । ଗତ ତିନି ଦିନ ପୂର୍ବେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ବେଳେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜରୁଛି ।

ମାଜିଷ୍ଟ୍ରେଟ୍‌ ଙ୍କ ଉପସ୍ଥିତିରେ ଝୁଲନ୍ତା ଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ଘଟଣା ସ୍ଥଳରୁ ସୁସାଇଡ୍ ନୋଟ ମଧ୍ୟ ଜବତ କରିଛି ପୋଲିସ । ଘଟଣା ର ତଦନ୍ତ ପରେ ରହସ୍ୟ ଜଣାପଡିବ ବୋଲି ଏସ୍‌ପି କହିଛନ୍ତି । ବାୟା ନାମକ ଜଣେ ଯୁବକଙ୍କୁ ଭଲ ପାଉଥିବା ବେଳେ ପରେ ପ୍ରେମିକ ଧୋକା ଦେଇଥିବା ଏବଂ ଏଥିପାଇଁ ଆତ୍ମହତ୍ୟା କରିଥିବା ସୂଈସାଇଡ୍ ନୋଟରେ ଲେଖାଥିବା ଜଣାପଡିଛି ।

ସେ ବାୟା କିଏ? ପ୍ରକୃତ ରେ ସେ ଯୁବକ କେତେ ବର୍ଷ ହେଲା ଭଲ ପାଉଥିଲା, ବିବାହ କରିଛି କି ନାହିଁ, ଏ ସବୁର ତଦନ୍ତ କରୁଛି ପୋଲିସ । ସଧବା ଭଳି ମୋର ଶବ ସତ୍କାର କରିବ ବୋଲି ଜବତ ସୂଈସାଇଡ ନୋଟରେ ଲେଖାଅଛି । ଏ ଚିଠି ଉପରେ ମଧ୍ୟ ପୋଲିସ ତଦନ୍ତ କରୁଥିବା ଏସ ପି କହିଛନ୍ତି

Related Posts