ବ୍ରହ୍ମପୁର ଅଟୋନଗର ଅଞ୍ଚଳରେ ନକଲି ଗୁଟଖା କାରଖାନା ଉପରେ ଗୋଳନ୍ଥରା ଥାନା ପୁଲିସର ଚଢାଉ

ବ୍ରହ୍ମପୁର : ଗୋଳନ୍ଥରା ଥାନା ପୁଲିସକୁ ସଫଳତା । ବ୍ରହ୍ମପୁର ଉପକଣ୍ଠ ଅଟୋନଗର ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ଗୁଟଖା । ଦିର୍ଘ ଦିନ ଧରି ବେଆଇନ୍ ଭାବେ ଚାଲିଥିବା ଏକ ବଡ ଧରଣର ନକଲି ଗୁଟଖା କାରଖାନା ଉପରେ ଗୋଳନ୍ଥରା ଥାନା ପୁଲିସ ଚଢାଉ କରିଥିଲା ।

ଏହି ଚଢ଼ାଉରେ ବିପୁଳ ପରିମାଣର ସାମଗ୍ରୀ ସହ ଅନେକ ସରଞ୍ଜାମ ମଧ୍ୟ ଜବତ କରିଥିବା ଜଣାପଡିଛି ।

ଏଥିସହ ଏହି ଘଟଣାରେ ପୋଲିସ କେତେଜଣଙ୍କୁ ଗିରଫ କରିଛି ସେନେଇ କିଛି ତଥ୍ୟ ସାମ୍ନାକୁ ଆସିନାହିଁ ।

Related Posts