ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ: ଆବର୍ଜନାସ୍ଥଳରୁ ୧୭ ଭ୍ରୁଣ ଉଦ୍ଧାର

କୋଲକାତା: ପଶ୍ଚିମବଙ୍ଗରେ ଖେଳିଯାଇଛି ଚାଞ୍ଚଲ୍ୟ । ଆବର୍ଜନାସ୍ଥଳରୁ ଉଦ୍ଧାର ହୋଇଛି ୧୭ ଭ୍ରୁଣ। ହାଉଡ଼ା ମ୍ୟୁନ୍ସପାଲଟିର ଉଲୁବେରିଆ ସହରୁ ଏଡି ଭ୍ରୁଣମାନ ଉଦ୍ଧାର ହୋଇଛି। ଉଲୁ ବେରିଆ ସହର ୱାର୍ଡ ନମ୍ବର ୩୧ରୁ ଏହି ଭ୍ରୁଣଗୁଡ଼ିକ ମିଳିଥିଲା। ଉଦ୍ଧାର ୧୭ଟି ଭ୍ରୁଣ ମଧ୍ୟରୁ ୧୦ ମହିଳା ଏବଂ ୬ ଜଣ ପୁରୁଷ ବୋଲି ଚିହ୍ନଟ କରାଯାଇଛି। ଉଲୁବେରିଆ ମ୍ୟୁନ୍ସିପାଲଟି ଅନୁଯାୟୀ, ଉଲୁବେରିଆ ଟାଉନ ଅଞ୍ଚଳର ଦେଢ଼ କିଲୋମିଟର ମଧ୍ୟରେ ୩୦ ଟି ଘରୋଇ ନର୍ସିଂହୋମ ରହିଛି । ଏହି ଭ୍ରୁଣ ଗୁଡ଼ିକୁ ନର୍ସିଂ ହୋମ ପକ୍ଷରୁ ପକାଯାଇ ଥିଲା କି ନାହିଁ ପୁଲିସ ତାହା ତଦନ୍ତ କରୁଛି ।

ନର୍ସିଂହୋମରୁ ଡାକ୍ତରୀ ବର୍ଜ୍ୟବସ୍ତୁ ଭାବରେ ଏହି ଭ୍ରୁଣଗୁଡ଼ିକୁ ଏଠାରେ ପକାଯାଇବା ପୁଲିସ ସନ୍ଦେହ କରୁଛି । ସେହିପରି ପରେ ଏହି ଭ୍ରୁଣ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ଅଲବରିଆ ଡାକ୍ତରଖାନାକୁ ପଠାଯାଇଛି । ଉଲୁବେରିଆ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Related Posts