
ଭୁବନେଶ୍ୱର: ରାଜ୍ୟ ସରକାର ପୁଣି ଆଇଏଏସ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ୨୦୦୪ ବ୍ୟାଚର ଆଇଏଏସ ଅଫିସର ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆର୍ଡିସି ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।
ପ୍ରଶାନ୍ତ କୁମାର ସେନାପତିଙ୍କୁ ଓବିସି, ଏସିଏସଟି ବିଭାଗର ଅଧ୍ୟକ୍ଷ ବା ନିର୍ଦ୍ଦେଶକ ଭାବେ ନିଯୁନ୍ତି ଦିଆଯାଇଛି । ସେ ୨୦୦୪ ବ୍ୟାଚର ଆଇଏଏସ ଅଫିସର। ୨୦୦୭ ବ୍ୟାଚର ଆଇଏଏସ ସୁଶାନ୍ତ କୁମାର ମହାପାତ୍ରଙ୍କୁ ଭୂସମ୍ପତ୍ତିର ଡାଇରେକ୍ଟର ଇଷ୍ଟେଟସ ଭାବେ ଦାୟିତ୍ୱ ଦିଆଯାଇଛି । ଭି. ବିଜୟ କୁମାରଙ୍କୁ ଆୟୁଷ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେ ୨୦୦୯ ବ୍ୟାଚର ଆଇଏଏସ ଅଫିସର । ସେହିପରି ୨୦୦୯ ବ୍ୟାଚର ଆଇଏଏସ ଏନ୍. ତିରୁମାଲା ନାଏକଙ୍କୁ ଶ୍ରମ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ସରକାର ୨୦୧୫ ବ୍ୟାଚର ଆଇଏଏସ ଅଫିସର ଅବୋଲି ସୁନୀଲ ନରଭାଣେଙ୍କୁ ରାଉରକେଲାର ନୂତନ ଏଡିଏମ ଓ ରାଉରକେଲା ଡେଭେଲପମେଣ୍ଟ ଅର୍ଥରିଟିର ଉପସଭାଧ୍ୟକ୍ଷ ଭାବେ ଦାୟିତ୍ୱ ଭାର ଦେଇଛନ୍ତି।