ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ: ମେ ୨ରୁ ସକାଳ ୬ଟାରୁ ୯ ପର୍ଯ୍ୟନ୍ତ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗରମରେ ଛଟପଟ ଜନଜୀବନ । ଏହାରି ମଧ୍ୟରେ ପିଲାଙ୍କ ସ୍କୁଲ ଯିବା ନେଇ ଅଭିଭାବକ ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ରାଜ୍ଯ ସରକାରଙ୍କ ପକ୍ଷରୁ ସ୍କୁଲ ଛୁଟି ନେଇ ପ୍ରକାଶ ପାଇଥିଲା । ତେବେ ଏହାରି ମଧ୍ୟରେ ବୃଦ୍ଧି ପାଉଥିବା ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ପରିବର୍ତ୍ତନ କଲେ ସରକାର । ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ ହୋଇଛି ।

ମେ ୨ ତାରିଖରୁ ସକାଳ ୬ଟାରୁ ୯ ପର୍ଯ୍ୟନ୍ତ ସ୍କୁଲ ହେବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତୃତୀୟ ଶ୍ରେଣୀରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସକାଳ ୬ରୁ ସ୍କୁଲ ଯିବେ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ବିଭାଗ । ତେବେ ଦଶମ ବୋର୍ଡ ଏବଂ କାଉନ୍ସିଲ୍‌ ପକ୍ଷରୁ ଚାଲୁରହିଥିବା ପରୀକ୍ଷା ସୂଚୀ ଅପରିବର୍ତ୍ତିତ ରହିଛି ।

Related Posts