ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ

ସମ୍ବଲପୁର: ବଦଳିଲା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟ । ପୂଜକମାନଙ୍କ ସହମତିରେ ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମୟ ପରିବର୍ତନ ନେଇ ନିଷ୍ପତ୍ତି ନେଇଛନ୍ତି ।

ଆସନ୍ତାକାଲି ଠାରୁ ଏହି ନୂଆ ଦର୍ଶନ ସମୟ ଲାଗୁ କରାଯିବ। ଆସନ୍ତାକାଲି ଠାରୁ ସକାଳ ୬ଟାରୁ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ଦିନ ୧୨ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ଅନ୍ନ ଭୋଗ ଲାଗି ହେବ। ତେଣୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। ଦିବା ସାଢ଼େ ୧୨ଟା ପରେ ପୁଣି ମା’ଙ୍କ ଦର୍ଶନ କରି ହେବ।

ସନ୍ଧ୍ୟା ୮ଟାରୁ ସାଢ଼େ ୮ଟା ମଧ୍ୟରେ ମା’ଙ୍କ ସନ୍ଧ୍ୟା ଆଳତି ହେବ। ସେହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। ରାତି ୯ଟାରେ ମା’ଙ୍କ ଠାରେ ଅନ୍ନ ଭୋଗ ଲାଗି ହେବ ଓ ପହଡ଼ ପଡ଼ିବ। ଏହା ପରେ ପରଦିନ ସକାଳ ଆଳତି ପର୍ଯ୍ୟନ୍ତ ମା’ଙ୍କ ଦର୍ଶନ ବନ୍ଦ ରହିବ।

Related Posts