ଚର୍ଚ୍ଚାରେ ପୂର୍ଣେଚ୍ଛେଦ: ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସୂଚନା

ପାଟନା: ଚର୍ଚ୍ଚା ଓ ବିତର୍କ ରେ ପଡିଲା ପୁର୍ନେଛେଦ । ବିହାରରେ ଜାତି ଭିତ୍ତିକ ଜନଗଣନା ହେବା ନେଇ ଅନେକ ଦିନରୁ ଲାଗିରହିଥିବା ଚର୍ଚ୍ଚାରେ ପୂର୍ନେଛଦ ମାରିଲେ ବିହାର ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବାକୁ ଘୋଷଣା କରିଛନ୍ତି ବିହର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ଏ ବିଷୟରେ ଆଲୋଚନା କରି ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ବୁଧବାର ସର୍ବଦଳୀୟ ବୈଠକ ଡକାଇଥିଲେ। ଏହି ବୈଠକରେ ୯ଟି ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ଜାତି ଭିତ୍ତିକ ଜନଗଣନା ନେଇ ସହମତି ପ୍ରକାଶ ପାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜାତି ଭିତ୍ତିକ ଜନଗଣନା ସମସ୍ତଙ୍କ ସହମତିରେ ନିଷ୍ପତ୍ତି ନିଆଯାଇଛି। ତେଣୁ ଏନେଇ କ୍ୟାବିନେଟ୍‌ରେ ପ୍ରସ୍ତାବ ଆଣିବା ସହ ଟଙ୍କା ଯୋଗାଡ଼ କରାଯିବ। ଆଉ ଜନଗଣନା ସରିବା ପରେ ଏହାକୁ ସମସ୍ତଙ୍କ ପାଇଁ ପ୍ରକାଶ କରାଯିବ ବୋଲି ନୀତୀଶକୁମାର କହିଛନ୍ତି।

ନୀତୀଶ ଆହୁରି କହିଛନ୍ତି ଯେ ଦେଶରେ ଜାତିଗତ ଜନଗଣନା କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସ୍ତାବ ଦେଇଥିଲି। ହେଲେ ରାଜ୍ୟସ୍ତରରେ ଏହି ପ୍ରୟାସ ଆରମ୍ଭ ହେବା ଦରକାର। ସବୁ ଦଳରେ ସହମତିରେ ବିହାରରେ ଜନଗଣନା ହେବ। ଏବଂ ୯-୧୦ ମାସ ମଧ୍ୟରେ ଜନଗଣନା କାର୍ଯ୍ୟ ସମାପ୍ତ କରିବାକୁ ସହମତି ପ୍ରକାଶ ପାଇଛି ।

Related Posts