ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନର  ଫଳାଫଳ ସାମ୍ନାକୁ ଆସିଛି । ଯେଉଁଠି କଂଗ୍ରେସର ପ୍ରଦଶନ ଅତ୍ୟନ୍ତ ଖରାପ ହୋଇଛି । ପ୍ରଥମ ଥର କରି ଆମ ଆଦମୀ ପାର୍ଟି ପଞ୍ଜାବରେ ସରକାର ବନେଇବାକୁ ଯାଉଛି । ଏହା ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ନିଜର ଦୁଇଟି ଆସନରୁ ହରିଥିବାର କଥା ସାମ୍ନାକୁ ଆସିଛି । ତେବେ ପଞ୍ଜାବର ଦୁଇଟି ଆସନରୁ ଲଢ଼ିଥିଲେ ଚନ୍ନି। ହେଲେ ଦୁଇଟି ଯାକ ଆସନରୁ ବି ଗୋଟିଏରେ ମଧ୍ୟ ଜିତି ପାରିନାହାନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ। ଚନ୍ନି ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବର ଚମକୌର ସାହିବ ଏବଂ ଭଦୌର ସିଟରୁ ଲଢ଼ିଥିଲେ। କିନ୍ତୁ ତାଙ୍କୁ ଏହି ଦୁଇଟି ଯାକ ଆସନରୁ ନିରାଶ ହେବାକୁ ପଡିଛି। ଭୋଟ ଗଣତି ଟ୍ରେଣ୍ଡରୁ ପଞ୍ଜାବରେ ଆମ ଆଦମୀ ପାର୍ଟି ବହୁମତ ଆଣିବା ସରକାର ଗଠନ କରିବା ନେଇ ଏକ ପ୍ରକାରର ନିଶ୍ଚିତ ହୋଇସାରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।