ପରାଜୟ ପରେ ସାମ୍ନାକୁ ଆସିଲା ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା

ସାମ୍ନାକୁ ଆସିଛି ୫ଟି ରାଜ୍ୟର ଫଳାଫଳ । ତେବେ ଫଳାଫଳ ଯଦି ବିଧିବଦ୍ଧ ଭାବେ ସାମ୍ନାକୁ ଆସିନି କିନ୍ତୁ ଗୋଟିଏ ପ୍ରକାରର ସ୍ପଷ୍ଟ ହୋଇଯାଇଛି । ପଞ୍ଜାବ ବ୍ୟତୀତ ଅନ୍ୟ ୪ ରାଜ୍ୟରେ ସରକାର ଗଢ଼ିବା ସ୍ଥିତିରେ ରହିଛି ବିଜେପି । ଆଉ ପରାଜୟର ସ୍ୱାଦ ଚାଖିଛି ଦେଶର ପୂରାତନ ରାଜନୈତିକ ଦଳ ଜାତୀୟ କଂଗ୍ରେସ । ତେବେ ଶୋଚନୀୟ ପରାଜୟ ପରେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ପ୍ରିୟଙ୍କା ଗାନ୍ଧୀ: ସେ ଟ୍ୱିଟ୍ କରି କହିଛନ୍ତି ଯେ, ଅନେକ ପରିଶ୍ରମ କରିଛନ୍ତି ଦଳୀୟ ନେତା ଓ କର୍ମୀ । କିନ୍ତୁ ପରିଶ୍ରମଙ୍କୁ ଭୋଟରେ ପରିବର୍ତ୍ତନ କରିବାରେ ବିଫଳ ହେଲୁ, ଲୋକତନ୍ତ୍ରରେ ଜନମତ ସର୍ବୋପରି ବୋଲି କହି ଫଳାଫଳକୁ ସମ୍ମାନ ଦେଉଛୁ ।

ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି, ଜନମତକୁ ସ୍ୱୀକାର କରୁଛି । ଜନାଦେଶ ଜିତିଥିବା ସମସ୍ତଙ୍କୁ ଶୁଭେଚ୍ଛା। ସମସ୍ତ କଂଗ୍ରେସ କର୍ମୀ ଏବଂ ସ୍ୱେଚ୍ଛାସେବୀଙ୍କୁ ସେମାନଙ୍କ କଠିନ ପରିଶ୍ରମ ଏବଂ ସମର୍ପଣ ପାଇଁ ଧନ୍ୟବାଦ ଜଣାଉଛି। ଏଥିରୁ ଶିକ୍ଷା ଲାଭ କରି ଭାରତର ଲୋକଙ୍କ ହିତ ପାଇଁ କାମ କରିବା ଜାରି ରଖିବୁ ’।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସଂଖ୍ୟା ଅନୁସାରେ ୟୁପିରେ କଂଗ୍ରେସ ମାତ୍ର ଦୁଇଟି ଆସନରେ ଆଗରେ ରହିଛି। ସେହିପରି ଉତ୍ତରାଖଣ୍ଡରେ ୧୮, ପଞ୍ଜାବରେ ୧୮, ଗୋଆରେ ୧୧ ଏବଂ ମଣିପୁରରେ ୪ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି । ପଞ୍ଜାବରେ କଂଗ୍ରେସ କ୍ଷମତା ହରାଇଛି ।

Related Posts