ଅଡୁଆରେ ଚରଣଜିତ ସିଂ ଚନ୍ନି: ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି

ଚଣ୍ଡିଗଡ: ବିବାଦରେ ପଞ୍ଜବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି । କିଛି ନା କିଛି କାରଣ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହି ଆସୁଥିବା ବେଳେ, ଏବେ ଚନ୍ନି ଆଉ ଏକ ଅଡୁଆ ମଧ୍ୟରେ ଛନ୍ଦି ହୋଇଛନ୍ତି । ବାଲି ଚୋରା ଚାଲାଣ ଘଟଣାରେ ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି ।

ସୂଚନାଅନୁସାରେ, ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂ ହନିଙ୍କ ପରେ ଏବେ ଇଡି ଜାଲରେ ପଡିଛନ୍ତି ଚନ୍ନି । ବାଲି ଚୋରା ଚାଲାଣ କାରବାରରେ ଚନ୍ନିଙ୍କୁ ପଚରାଉଚରା ପାଇଁ ଇଡି ସମନ ଜାରି କରିଛି । କିଛିଦିନ ତଳେ ଚନ୍ନିଙ୍କ ପୁତୁରାକୁ ସମାନ ଘଟଣା ନେଇ ଇଡି ଗିରଫ କରିଥିଲା । ତାଙ୍କ ପାଖରେ କୋଟି କୋଟି ଟଙ୍କା, ସୁନା ଓ ଏଦ ଦାମି ଘଣ୍ଟା ଜବତ ହୋଇଥିଲା । ଭୂପିନ୍ଦରଙ୍କୁ ଗିରଫ କରିବା ସହିତ ତାଙ୍କ ନାମରେ ଚାର୍ଜସିଟ ଦାଖଲ କରିଥିଲା । ଏପ୍ରିଲ 6 ତାରିଖରେ କୋର୍ଟ ଭୂପିନ୍ଦରଙ୍କୁ ଜେଲ ପଠାଇଥିଲେ । ଏହି ବାଲି ଚୋରା ଚାଲାଣ କାରବାରରେ ସମ୍ପୃକ୍ତ ଥିବା ନେଇ ଅନୁମାନ କରି ଚନ୍ନିଙ୍କୁ ଟାର୍ଗେଟ କରିଛି ଇଡି ।ତେବେ ଏହି ଘଟଣାରେ ଚନ୍ନିଙ୍କ ଲିଙ୍କ ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ । ଏହି କାରବାର କେତେ ଦୂର ଲମ୍ବିଛି ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ।

ପ୍ରକାଶ ଥାଉ କି, ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବର ଚମକୌର ସାହିବ ଏବଂ ଭଦୌର ସିଟ୍‌ରୁ ଲଢ଼ିଥିଲେ ଚନ୍ନି । ଦୁଇଟି ଆସନରୁ ଗୋଟିଏ ବି ଜିତି ପାରିନାହାନ୍ତି ଚନ୍ନି । ଦୁଇଟି ଯାକ ଆସନରୁ ନିରାଶ ଚରଣଜିତ ଚନ୍ନିଙ୍କୁ ନିରାଶ ହେବାକୁ ପଡିଥିଲା । ଏପରି ତାଙ୍କ ଦଳ ପଞ୍ଜାବରେ କ୍ଷମତା ହରାଇଥିଲା ।v

Related Posts