ଆଜି ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ: ସମଗ୍ର ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଜି ମହାବିଷୁବ ସଂକ୍ରାନ୍ତି ଓ ମହାବୀର ଜୟନ୍ତୀ, ଏଥିସହ ଆଜି ଓଡ଼ିଆ ନବବର୍ଷ । ଏନେଇ ଚଳଚଞ୍ଚଳ ହୋଇଉଠିଛି ପୁର ଠୁ ପଲ୍ଲୀ । ସବୁଠି ଉତ୍ସବ ର ମାହୋଲ । ଦେଶର କୋଣ ଅନୁକୋଣରେ ଆଜିର ଦିନକୁ ପ୍ରତେକ୍ ଓଡ଼ିଆ ନବବର୍ଷ ରୂପେ ପାଳନ କରିଥାଏ । ପ୍ରତିଟି ଓଡିଆଙ୍କ ପାଇଁ ଏହା ବଡ ଦିନ । ଆଜିର ଦିନକୁ ଓଡିଆ ନବବର୍ଷ ଭାବରେ ପାଳନ କରାଯାଏ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ସମଗ୍ର ଓଡ଼ିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି ବୈଶାଖୀ, ବିଷ୍ଣୁ , ରୋଙ୍ଗାଲି ବିହୁ, ନବ ବର୍ଷ, ବୌଶାଖଡି ଏବଂ ପୁତାନ୍ତୁ ପୁରାପୁରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା । ଦେଶର ବିଭିନ୍ନ ପ୍ରାନ୍ତରେ ଆଜିର ଦିନକୁ ବିଭିନ୍ନ ଉପାୟରେ ପାଳନ କରାଯାଏ, ଏହି ପର୍ବଗୁଡ଼ିକ ଆମର ବିବିଧତା ଏବଂ ବହୁଳତାକୁ ପ୍ରତିଫଳିତ କରେ । ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ ଆଣି ଦେଉ ବୋଲି କହିଛନ୍ତି ରାଷ୍ଟ୍ରପତି ।

ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପବିତ୍ର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଛନ୍ତି । ଟ୍ବିଟ କରି ମୋଦି କହିଛନ୍ତି ମହାବୀର ଜୟନ୍ତୀ ଓ ଓଡିଆ ନବବର୍ଷରେ ସମସ୍ତଙ୍କୁ ଶୁଭେଚ୍ଛା । ଆମେ ଭଗବାନ୍ ମହାବୀରଙ୍କ ଉତ୍ତମ ଶିକ୍ଷାକୁ ମନେ ପକାଇ ଶାନ୍ତି, କରୁଣା ଏବଂ ଭାଇଚାରା ଉପରେ ଗୁରୁତ୍ୱ ଦେବା ବେଲି କହିଛନ୍ତି ମୋଦି । ପ୍ରଭୁ ମହାବୀର ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦିଅନ୍ତୁ ବୋଲି ଟ୍ବିଟ କରି କହିଛନ୍ତି ମୋଦି । ଓଡିଆ ନୂଆ ବର୍ଷ ଆନନ୍ଦରେ ପରିପୂର୍ଣ୍ଣ ହେଉ । ଆମ ସମାଜରେ ଭାଇଚାରାର ସମ୍ପର୍କ ମଜଭୂତ ହେଉ ଏବଂ ସମସ୍ତେ ଉତ୍ତମ ସ୍ବାସ୍ଥ୍ୟରେ ରହିନ୍ତୁ ଏହା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ:

ପବିତ୍ର ପଣା ସଂକ୍ରାନ୍ତି ଓ ତଥା ଓଡିଆ ନବବର୍ଷରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ନୂଆ ବର୍ଷରେ ଅଭିନନ୍ଦନ ଜଣାଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂଆ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ । ସମସ୍ତେ ମିଶି ଓଡିଆ ଜାତିର ବିକାଶ ପାଇଁ କାମ କରିବା ଓ ଓଡିଶାର ଗୌରବକୁ ସବୁଠାରୁ ଉଚ୍ଚତମ ଶିଖରକୁ ନେବା ପାଇଁ ପ୍ରୟାସ କରିବା ବୋଲି କହିଛନ୍ତି ନବୀନ ।

ରାଜ୍ୟପାଳ ଗଣେଶୀ ଲାଲ:

ପବିତ୍ର ଓଡ଼ିଆ ନବବର୍ଷ, ମହା ବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଅବସରରେ ମାନ୍ୟବର ରାଜ୍ୟପାଳ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ନୂଆ ବର୍ଷଟି ସମସ୍ତଙ୍କ ପାଇଁ ସୁଖଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ ବୋଲି ସେ କାମନା କରିଛନ୍ତି ରାଜ୍ୟପାଳ । ଓଡିଶାକୁ ଦେଶର ଅନ୍ୟତମ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତଙ୍କୁ ମନପ୍ରାଣ ଦେଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ:

ଭିଡିଓ ବାର୍ତ୍ତା ଜରିଆରେ ଓଡିଆ ନବବର୍ଷ ଓ ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟ, ଦେଶ ତଥା ବିଶ୍ବର କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍କଳୀୟ ନବ ବର୍ଷ ଆମ ରାଜ୍ୟବାସୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଉଦ୍ଦୀପନା ଆଣିଦେଉ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖମୟ ଓ ମଙ୍ଗଳମୟ ହେଉ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Related Posts