ପୋଲିସକୁ ମୁଖ୍ୟମନ୍ତ୍ରୀ ମୋହନଙ୍କ ନିର୍ଦ୍ଦେଶ; ‘ଲୋକଙ୍କୁ ଭଲ ବ୍ୟବହାର ଦିଅ’

ଭୁବନେଶ୍ୱର,୧୫/୬(ସତ୍ୟପାଠ ବ୍ୟୁରୋ): ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଓ ଭଲ ବ୍ୟବହାର ଦେବା ପାଇଁ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ଯେଉଁମାନେ ଥାନାକୁ ଆସିବେ ଅଭିଯୋଗ ଶୁଣିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ଡିଜିପିଙ୍କ ସମେତ ପୋଲିସ ମୁଖ୍ୟାଳୟ ଏବଂ ଭୁବନେଶ୍ବର ଓ କଟକର ବରିଷ୍ଠ ଅଧିକାରୀ। ପୋଲିସ ଡିଜି କହିଛନ୍ତି, ଅନେକ ପ୍ରସଙ୍ଗରେ ଆଲୋଚନା ହେଲା।

ରାଜ୍ୟରେ ପୋଲିସର ସ୍ଥିତି ଓ ଆଇନଶୃଙ୍ଖଳା ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ବିଶେଷକରି ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଦେବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏତଲା ପାଇଁ ଥାନାକୁ ଆସୁଥିବା ଲୋକଙ୍କର ଅଭିଯୋଗ ଶୁଣିବା ସହ ସେମାନଙ୍କ ପ୍ରତି ଭଲ ବ୍ୟବହାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପରାମର୍ଶ ଦେଇଥିବା କହିଛନ୍ତି ପୋଲିସ ଡିଜି । ଆସନ୍ତା ଜୁଲାଇରୁ କାର୍ଯ୍ୟକାରୀ ହେବାକୁ ଥିବା ତିନିଟି ନୂଆଆଇନ ବାବଦରେ ବି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି।

Related Posts