
ଭୁବନେଶ୍ୱର : ରାଜନୀତି ଓ ସମାଜସେବାରେ ଦୀର୍ଘ ୨୫ ବର୍ଷ ନିରନ୍ତର ସେବା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରବିବାର ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି । କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଏହି ସର୍ମ୍ମନ୍ ଜନକ ଆଓ୍ବାର୍ଡରେ ସମ୍ମାନିତ ହୋଇଛନ୍ତି। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି. ରମନ୍ନା ।
୨୫ ବର୍ଷ ଧରି ନିରନ୍ତର ସେବା
ତେବେ ୨୫ ବର୍ଷ ଧରି ନିରନ୍ତର ଭାବେ ନିଷ୍ଠା ଓ ଆନ୍ତରିକତାର ସହ ଲୋକଙ୍କ ପାଇଁ କାମ କରିଚାଲିଛନ୍ତି ନବୀନ ପଟ୍ଟନାୟକ । ଏହି ବର୍ଷ ହେଉଛି ନବୀନଙ୍କ ଲୋକସେବାର ରଜତ ଜୟନ୍ତୀ ଉତ୍ସବ । ଆଓ୍ବାର୍ଡ ସେରିମନିରେ ସାମିଲ ହେବାକୁ ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମେତ ଯୁବ ଓ ଛାତ୍ର ନେତା ଦିଲ୍ଲୀରେ ପହଞ୍ଚିତିଲେ । ଏହି ସମ୍ମାନଜନକ ଆୱାର୍ଡ ପାଇବା ପରେ ଦିଲ୍ଲୀରେ ଥିବା ହଜାର ହଜାର ପ୍ରବାସୀ ଓ ବିଜେଡି ନେତାଏ ସେଲିବ୍ରେସନ ପାଇଁ ଯୋରଦାର ପ୍ରସ୍ତୁତି କରିଛନ୍ତି ।
ଭୁବନେଶ୍ୱରରେ ମଧ୍ୟ ଦିଆଯିବ ବିପୁଳ ସମ୍ବର୍ଦ୍ଧନା
ମୁଖ୍ୟମନ୍ତ୍ରୀ ୬ ତାରିଖରେ ଭୁବନେଶ୍ବର ଫେରିଲେ ତାଙ୍କୁ ବିପୁଳ ସ୍ବାଗତ କରିବାକୁ ବଡ଼ ଯୋଜନା କରିଛି ବିଜେଡି । ହଜାର ହଜାର କର୍ମୀ ପାରମ୍ପରିକ ବାଜା, ନୃତ୍ୟ ସହ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବାକୁ ବ୍ୟାପକ ଆୟୋଜନ କରିଛି ଦଳ । ଦୁଇ ଦଶନ୍ଧିର ଶାସନରେ ପରିବର୍ତ୍ତନର ସୁତ୍ରଧର ସାଜିଛନ୍ତି ନବୀନ ପଟ୍ଟନାୟକ । ପୂର୍ବରୁ ଶ୍ରେଷ୍ଠ ପ୍ରଶାସକ ଓ ଦୁଇ ଦୁଇ ଥର ଦେଶର ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ନବୀନ ।
୧୯୯୭ରୁ ରାଜନୀତିରେ ପାଦ ଦେଇଥିଲେ ସେ
୧୯୯୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦାୟଦ ଭାବେ ଜନସେବାରୁ ଆରମ୍ଭ ହେଲା ନବୀନଙ୍କ ରାଜନୈତିକ ଯାତ୍ରା । ନବୀନ ଓଡିଶା ଗଠନ ପାଇଁ ୨୦୦୦ ମସିହାରେ ଧରିଲେ ଶାସନ ଡୋରୀ । ତିଆରି ହେଲା ଓଡିଶା ବିକାଶର ନୂଆ ଅଧ୍ୟାୟ । ସାଢେ ଚାରି କୋଟି ଓଡିଶାବାସୀଙ୍କ ସେବାରେ ଗତ ୨୫ ବର୍ଷ ଧରି ନିରନ୍ତର ଭାବେ ନିଷ୍ଠା ଓ ଆନ୍ତରିକାତାର ସହ କାମ କରିଚାଲିଛନ୍ତି ନବୀନ ପଟ୍ଟନାୟକ ।