ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି: ଗୋରଖପୁରର ୫୦ ୱାର୍ଡର ବଦଳାଇଲେ ନାଁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗୋରଖପୁର ନଗର ନୂତନ ୱାର୍ଡ ର ନାଁ ପରିବର୍ତନ କରିଛନ୍ତି । ନିଗମରେ ୩୨ ନୂଆ ଗାଁ ସାମିଲ ହୋଇଛି। ଫଳେ ୱାର୍ଡ ସଂଖ୍ୟା ୭୦ରୁ ବଢ଼ି ୮୦ ହୋଇଛି। ନୂଆ ଗଠିତ ହୋଇଥିବା ୧୦ଟି ବୋର୍ଡ ସହ ପୁରୁଣା ୪୦ଟି ବୋର୍ଡର ନୂଆ ନାମକରଣ କରାଯାଇଛି।

ଅର୍ଥାତ ଗୋରଖପୁର ନଗର ନିଗମର ୮୦ରୁ ୫୦ ବୋର୍ଡ ନୂଆ ନମାରେ ପରିଚିତ ହେବ। ଅଲୀନଗର ଓ ତୁର୍କମାନପୁର ଠାରୁ ଆରମ୍ଭ କରି ମିୟା ବଜାର ୱାର୍ଡର ନାଁ ବଦଳାଇ ଦେଇଛନ୍ତି ଯୋଗୀ ସରକାର। ୱାର୍ଡଗୁଡ଼ିକର ନାମକରଣ ଫିରାକା ଗୋରଖପୁର, ରାମ ପ୍ରାସଦ ବିସ୍ମିଲରୁ ନେଇ ସତ୍ୟେନ୍ଦ୍ର ନାଥଙ୍କ ନାମରେ ନାମକରଣ କରାଯାଇଛି।

ନଗର ନିଗମରେ ସାମିଲ ହୋଇଥିବା ୱାର୍ଡର ନାଁକୁ ବାବା ରାଘବ ଦାସ, ବାବା ଗମ୍ଭୀରନାଥ ନଗର ରାନୀଡିହା, ମଦନ ମୋହନ ମାଲବ୍ୟ, ବଡ଼ଗୋ, ଡ.ରାଜେନ୍ଦ୍ର ପ୍ରସାଦ ନଗର, ସତ୍ୟେନ୍ଦ୍ର ନାଥ ମୋହନପୁର ଆଦି ନାମରେ ନାମିତ କରାଯାଇଛି। ସେହିପରି କିଛି ପୁରୁଣା ୱାର୍ଡର ନାଁ ବଦଳା ଯାଇଛି। ପୁର୍ଦିଲ୍‌ପୁରର ନାଁ ବିଜୟ ଚୌକ, ଜନପ୍ରିୟ ବିହାର ନାଁ ଦିଗବିଜୟନାଥ କରିଦିଆଯାଇଛି। ସେହିଭଳି ମୁଫ୍‌ତୀପୁର ନା ଘଣ୍ଟାଘର, ଶେଖପୁରକୁ ଗୀତା ପ୍ରେସ, ମିୟା ବଜାରକୁ ମାୟା ବଜାର ନାଁରେ ନାମିତ କରାଯାଇଛି।

ତୁର୍କମାନପୁର ନାଁ ସଦିଦ ଅସଫାକ ଉଲ୍ଲାହ ନଗର, ରସୁଲପୁର ବୋର୍ଡକୁ ମହାରାଣା ପ୍ରତାପ ବୋର୍ଡ, ଅଲିବାଗର ୱାର୍ଡର ନାଁ ବଦଳାଇ ବନ୍ଧୁ ସିଂହ କରାଯାଇଛି। ଅଲୀନଗରକୁ ଆର୍ଯ୍ୟ ନଗର ନାଁରେ ନାମିତ କରାଯାଇଛି। ସେହିପରି ଦଉଦପୁର ବିଲନ୍ଦପୁରକୁ ମିଶାଇ ରଘପତି ସାହୟ ଫିରାକ ନଗର ୱାର୍ଡ ଗଠନ କରାୟାଇଛି। ଗାଁଗୁଡ଼ିକର ନାଁ ମହାପୁରୁଷ ଓ ସ୍ଥାନୀୟ ଲୋକଙ୍କ ନାଁରେ ନାମିତ କରାଯାଇଛି। ଏନେଇ କାହାର ଆପତ୍ତି ଥିଲେ ମଗାଯାଇଛି ଆପତ୍ତ ଆସିଲା ପରେ ବିଚାର କରି ଏହି ନାଁକୁ ପଞ୍ଜିକୃତ କରାଯିବ ବୋଲି ୟୁପି ସରକାର କହିଛନ୍ତି।

Related Posts