ଆଜିଠାରୁ ଆରମ୍ଭ ହେବ ବିଜେଡିର ‘ଜନ ସଂପର୍କ ପଦଯାତ୍ରା’, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ଆରମ୍ଭ ହେଉଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ଏହି ପଦଯାତ୍ରାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାସେ ବ୍ୟାପି ଚାଲିବାକୁ ଥିବା ଶାସକ ଦଳର ଏହି ଯାତ୍ରା ନଭେମ୍ବର ୨ରେ ଶେଷ ହେବ । କୋଭିଡ ମହାମାରୀ ଯୋଗୁଁ ୨ ବର୍ଷ ପରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଇଛି । ତେବେ ପଦଯାତ୍ରା ପୂର୍ବରୁ ଦୁଇ ଦିନ ଧରି ବରମୁଣ୍ଡା ପଡ଼ିଆ ଠାରେ ଦଳର ନେତା ଓ କର୍ମୀ ମାନଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯାଇଛି।

ଏହି ପଦଯାତ୍ରା ମଧ୍ୟମରେ ରାଜ୍ୟ ସରକାରଙ୍କ ସଫଳତା ଓ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାକୁ ଲୋକଙ୍କ ପାଖରେ ପହଞ୍ଚାଯିବ। ଏହା ସହ ଏହି ଯାତ୍ରା ସମୟରେ ପ୍ରତ୍ୟେକ ଅଞ୍ଚଳର ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନକୁ ମଧ୍ୟ ମନେ ପକାଇବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଦଯାତ୍ରାର ଶେଷ ଦିନରେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ଦଳର ପ୍ରତ୍ୟେକ ସଦସ୍ୟ ଜନସେବା ପାଇଁ ସାମୂହିକ ସଂକଳ୍ପ ନେବେ ।

Related Posts