‘ଆମର ଏକ ପଡୋଶୀ ଅଛି ଯିଏ ଇଣ୍ଟରନ୍ୟାସନାଲ ଟେରରିଷ୍ଟର ବିଶେଷଜ୍ଞ’; ପାକିସ୍ତାନକୁ ଏସ ଜୟଶଙ୍କରଙ୍କ କଟାକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ‘ଆମର ଏକ ପଡୋଶୀ ଦେଶ ଅଛି । ଯେପରି ଆମେ ଆଇଟି ଅର୍ଥ ଇନଫର୍ମେସନ୍ ଟେକ୍ନୋଲୋଜିରେ ବିଶେଷଜ୍ଞ, ସେଭଳି ସେମାନେ ଇଣ୍ଟରନ୍ୟାସନାଲ ଟେରରିଷ୍ଟର ବିଶେଷଜ୍ଞ’। ଶନିବାର ଏକ କାର୍ଯ୍ୟକ୍ରମରେ କିଛି ଏଭଳି କହି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ଉପରେ କଟାକ୍ଷ କରିଛନ୍ତି। ପାକିସ୍ଥାନକୁ ସେ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦର ବିଶେଷଜ୍ଞ ବୋଲି କହିଛନ୍ତି। ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ଏହାର କିପରି ମୁକାବିଲା କରାଯିବ ତାହା ଉପରେ ଦୀର୍ଘ ଦିନରୁ ଆଲୋଚନା ଚାଲିଛି । ଆମେ ବୁଝିବା ଦରକାର ଯେ, ଆତଙ୍କବାଦକୁ ରାଜନୀତି ସହ ଯୋଡା ଯାଇପାରିବ ନାହିଁ। ଆତଙ୍କବାଦ, କେବଳ ଆତଙ୍କବାଦ। ଆଜି ଏହାକୁ ଆମ ବିରୁଦ୍ଧରେ ବ୍ୟବହାର କରାଯାଉଛି, କାଲି ଏହାକୁ ଆଉ କାହା ବିରୋଧରେ ବ୍ୟବହାର କରାଯିବ।’

ବର୍ତ୍ତମାନ ସମୟରେ ଦୁନିଆ ଅଧିକ ଜାଗ୍ରତ ଥିବା କେନ୍ଦ୍ରମନ୍ତ୍ରୀ ଜୋର ଦେଇ କହିଛନ୍ତି । ପ୍ରଥମେ ଅନ୍ୟ ଦେଶ ଭାବୁଥିଲେ ଯେ, ଏହା ଅନ୍ୟ ଦେଶର ଅସୁବିଧା ଆମେ କାହିଁକି ଚିନ୍ତିତ ହେବା। ମାତ୍ର ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି ବୋଲି କୁହାଯାଇ ପାରିବ ନାହିଁ। କିନ୍ତୁ ଦୁନିଆ ଏବେ ଆତଙ୍କବାଦ ପ୍ରତି କମ ସହିଷ୍ଣୁ ହୋଇଛି ବୋଲି ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି।

Related Posts