ବିଶ୍ଵରେ ବଢ଼ୁଛି ଶିଶୁଙ୍କ ପ୍ରତି ନିର୍ଯ୍ୟାତନା: ତଥ୍ୟ

ଦିଲ୍ଲୀ: ଦେଶରେ ଏବେ ଦୈନିକ ଶିଶୁଙ୍କ ପ୍ରତି ନିର୍ଯ୍ୟାତନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଶିଶୁମାନଙ୍କ ସହ ସବୁଠୁ ବେଶୀ ଯୌନ ନିର୍ଯ୍ୟାତନା ମାମଲା ସାମନାକୁ ଆସୁଛି । ଏବେ ଏହି ଚିନ୍ତାଜକନ କଥା କହିଛି ଅର୍ନ୍ତରାଷ୍ଟ୍ରୀୟ ଅପରାଧିକ ପୁଲିସ ସଂଗଠନ ବା ଇଂଟରପୋଲ । ଇଂଟରପୋଲର ସିକ୍ୟୁରିଟି ଜେନେରାଲ ଜର୍ଗନ ଷ୍ଟକ ସୋମବାର ଏହି ବୟାନ ଦେଇଛନ୍ତି ।

ଅର୍ନ୍ତଜାତୀୟ ଚାଇଲ୍ଡ ସେକସୁଆଲ ଏକ୍ସପ୍ଲୟଟେସନ ଡାଟାବେସରୁ ଏହି ସାଂଘାତି ତଥ୍ୟ ସାମ୍ନାକୁ ଆସିଛି । ପ୍ରତିଦିନ ୧୦୦ଜଣଙ୍କ ଭିତରେ ହାରାହାରି ୭ଜଣ ଶିଶୁ ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଦୁନିଆରେ ସବୁଠୁ ଅଧିକ ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି ଶିଶୁ । ଏଥିସହ ସେ କହିଛନ୍ତି ବି ବାସ୍ତବିକ ଦୁନିଆ ସହ ଭର୍ଚୁଆଲ ଦୁନିଆରେ ମଧ୍ୟ ହିଂସା ବୃଦ୍ଧି ପାଛି । ଏହାଯୋଗୁଁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ବଡ ପ୍ରଭାବ ପଡୁଛି । ଯାହା ଆଗାମୀ ଭବିଷ୍ୟତ ପାଇଁ ଚିନ୍ତା ସୃଷ୍ଟି କରୁଛି ।

Related Posts