ଶସ୍ତା ପେପ୍ସି ନେଲା ୭ କୋମଳମତି ଶିଶୁଙ୍କ ଜୀବନ

ରାଜସ୍ଥାନ:ରାଜସ୍ଥାନର ସିରୋହୀ ନିକଟ ସୁରୁପଗଂଜ ନିକଟବର୍ତ୍ତୀ ଫୁଲାବାଇ ଖେଡାରେ ଘଟିଛି ଏକ ଦୁଖଦ ଘଟଣା | ଅକାରଣରେ ଚାଲିଯାଇଛି ୭ ଶିଶୁଙ୍କ ଜୀବନ | ଜରି ନଳୀରେ ମିଳୁଥିବା ଶସ୍ତା ପେପ୍ସି ପିଇ ୭ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି | ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି | ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଶିଶୁମାନଙ୍କର ମୁୃତ୍ୟୁର କାରଣ ଖୋଜୁଛନ୍ତି ବ୍ଲକ, ଜିଲ୍ଲା ଓ ରାଜ୍ୟର ମେଡିକାଲ ଟିମ୍ ।

ସୂଚନା ମୁତାବକ, ବୁଧବାର ସକାଳୁ ୭ଜଣ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡିଗଲା । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହାପରେ ବୁଧବାର ୭ଜଣ ଶିଶୁଙ୍କର ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଓ ପିଣ୍ଡୱାଡା ଉପଖଣ୍ଡ ଅଧିକାରୀ ହସମୁଖ କୁମାର ପୁରା ଗାଁରେ ଘରକୁ ଘର ଯାଇ ସର୍ଭେ କରିଥିଲେ । ଏହାପରେ ଚିକିତ୍ସା ବିଭାଗ ପରିବାର ଲୋକଙ୍କୁ କହିଛନ୍ତି ଯେ, ପ୍ଳାଷ୍ଟିକ୍ ପାଇପରେ ବିକ୍ରି ହେଉଥିବା କୋଲା, ପେପସି ପିଇବା ପରେ ଶିଶୁମାନଙ୍କର ସ୍ୱସ୍ଥ୍ୟାବସ୍ଥା ବିଗିଡିଥିଲା । ଅସୁସ୍ଥ ପିଲାଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇଥିଲେ । ସେମାନଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ଡାକ୍ତରଙ୍କ କହିବା ମୁତାବକ, ପାଣିରୁ ପ୍ରସ୍ତୁତ ପାନୀୟ, ଯେଉଁଥିରେ ଆଇସ୍କ୍ରିମ, ଥଣ୍ଡା ପାନୀୟ ଓ ଅନ୍ୟ ତରଳ ପଦାର୍ଥର ସେବନକୁ ଛୋଟବଡ ଦେକାନରୁ ଏହି ପେପ୍ସିର ନମୂନା ପାଇଁ ଓ ଏହାକୁ ବିକ୍ରି କରୁଥିବା ନେଇ ମନା କରାଯାଇଛି । କାରଣ ଏଭଳି ଜିନିଷ ବିକ୍ରି କରିବା ଦ୍ୱାରା ଅନ୍ୟ ପିଲାଙ୍କ ଜୀବନ ପ୍ରତି ବିପଦ ଥାଇପାରେ ବୋଲି ଆଶଙ୍କା କରାଯାଉଛି |

Related Posts