ମାଟି ତଳୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର: ମାଲକାନଗିରି ଏମ୍‌ପିଭି-୮୩ ଗାଁରୁ ସାମ୍ନାକୁ ଆସିଛି ଘଟଣା

ମାଲକାନଗିରି : ନବଜାତ ଶିଶୁକୁ ହତ୍ୟା, ପରେ ମାଟି ତଳେ ପୋତି ଦିଆଯାଇଥିବା ଅଭିଯୋଗ । ମାଲକାନଗିରି ଜିଲ୍ଲା ଏମ୍‌ପିଭି-୮୩ ଗାଁରୁ ଆସିଛି ଏଭଳି ଏକ ଅଭିଯୋଗ । ଏନେଇ ଅଭିଯୋଗ କୁ ଭିତ୍ତି କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମାଲକାନଗିରି ମୋଟୁ ଥାନା ଏମପିଭି ୮୩ ଗାଁର ବିନୋଦ ପାଇକ ଓ ଶ୍ୟାମଳା ପାଇକଙ୍କର ଜୁଲାଇ ୨ରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ତେବେ ଶିଶୁଟିକୁ ହତ୍ୟା କରାଯିବା ସହ ମୃତଦେହକୁ ପାଖ ଜଙ୍ଗଲରେ ପୋତି ଦେଇଥିବା କିଛି ଲୋକେ ସୂଚନା ପାଇଥିଲେ । ଏନେଇ ମୋଟୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋତା ଯାଇଥିବା ଶିଶୁର ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି l ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲା ବେଳେ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Related Posts