ରସିକିଆ ଡାକ୍ତରବାବୁ: ୩ଜଣଙ୍କୁ ବିବାହ କରି ଫସିଲେ ଏସସିବି ପ୍ରଫେସର

ଭୁବନେଶ୍ବର: ରାଜ୍ୟରେ ନକଲି ଡ଼ାକ୍ତର ରମେଶ ସ୍ୱାଇ କୁ ନେଇ ଚର୍ଚ୍ଚା ଥମୀନଥିବା ବେଳେ, ଏବେ ଆଉ ଜଣେ ଅସଲି ଡାକ୍ତରଙ୍କ କଳା କାରନାମା ସାମ୍ନାକୁ ଆସିଛି । ଗୋଟିଏ ନୁହଁ କି ୨ଟି ୩ଜଣଙ୍କୁ ବିବାହ କରି ବନ୍ଧାହେଲେ SCBର ଡାକ୍ତର । ତାହାପୁଣି ଚାକିରିଆ ଯୁବତୀଙ୍କ ପ୍ରେମରେ ଉବୁଟୁବୁ ହୋଇ ପତ୍ନୀ ବଦଳାଉଥିଲେ ରସିକିଆ ଡାକ୍ତର ବାବୁ । ପ୍ରଥମେ ଡାକ୍ତରାଣୀ ପରେ ବ୍ୟାଙ୍କର ଓ ତୃତୀୟରେ ଜଣେ ଫିଜିଓଥେରାପିଷ୍ଟଙ୍କୁ ବିବାହ କରିଥିଲେ ।

ରସିକିଆ ଡାକ୍ତରଙ୍କ ପତ୍ନୀ ବଦଳାଇବା ନିଶା, ଛାଡପତ୍ର ନଦେଇ ବିବାହ କରିଥିବାରୁ ବାନ୍ଧିଲା ପୋଲିସ । ଜଣକୁ ବିବାହ ପରେ ଆଉ ଜଣଙ୍କ ପ୍ରେମରେ ପଡି ପତ୍ନୀ ବଦଳାଉଥିଲେ । କିନ୍ତୁ ଛାଡପତ୍ର ନଦେଇ ବିବାହ କରିଥିବାରୁ ତୃତୀୟ ପତ୍ନୀଙ୍କ ଅଭିଯୋଗ ପରେ ଡାକ୍ତରଙ୍କ ପତ୍ନୀ ବଦଳାଇବା ନିଶାରେ ପଡିଲା ପୂର୍ଣ୍ଣଚ୍ଛେଦ । ଏଭଳି ଅଭିଯୋଗ ଆସିଛି ଏସସିବି ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଆଶିଷ ପଟ୍ଟନାୟକଙ୍କ ବିରୋଧରେ । ଅଭିଯୋଗ ପରେ କମିଶନରେଟ ତାଙ୍କୁ ଗିରଫ କରିଛି ।

ସୂଚନାଅନୁଯାୟୀ, ଆଶିଷ ପଟ୍ଟନାୟକ ଏସସିବି ମେଡିକାଲ କଲେଜର ପ୍ଲାଷ୍ଟିକ ସର୍ଜରୀରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ । ଡାକ୍ତର ପ୍ରଥମେ ଜଣେ ଡାକ୍ତରାଣୀଙ୍କୁ ବିବାହ କରିଥିଲେ । ଏହାପରେ ତାଙ୍କୁ ଛାଡପତ୍ର ଦେଇ ଜଣେ ବ୍ୟାଙ୍କ ଲେଡିଙ୍କୁ ବିବାହ କରିଥିଲେ । ପୁଣି ୨୦୧୯ରେ ଡାକ୍ତର ଜଣଙ୍କ ଜଣେ ଫିଜିଓଥେରାପିଷ୍ଟଙ୍କ ପ୍ରେମରେ ପଡିଯାଇ ଦ୍ବିତୀୟ ପତ୍ନୀଙ୍କୁ ଛାଡପତ୍ର ନଦେଇ ତାଙ୍କୁ ବିବାହ କରିଥିଲେ ।

ତେବେ ତୃତୀୟ ପତ୍ନୀ ତଥା ଫିଜିଓଥେରାପିଷ୍ଟ ଡାକ୍ତର ବାବୁଙ୍କ କଳାକାହାଣୀ ଜାଣିବାପରେ ତାଙ୍କୁ ଧୋକା ଦେଇଥିବା ଜାଣିବାକୁ ପାଇଥିଲେ । ଏଥି ସହ ଦ୍ବିତୀୟ ପତ୍ନୀଙ୍କୁ ଛାଡପତ୍ର ମଧ୍ୟ ଦେଇନଥିଲେ । ଏନେଇ ଡାକ୍ତରଙ୍କୁ ପଚାରିବାରୁ ତାଙ୍କୁ ବି ଛାଡିଦେବାର ଧମକ ଦେଇଥିଲେ, ଏଥିସହ ତାଙ୍କୁ ଅତ୍ୟାଚାର ଓ ମାରପିଟ୍ ମଧ୍ୟ କରୁଥିଲେ।

ଶେଷରେ ସହି ନପାରି ତୃତୀୟ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିବା ପରେ ଡାକ୍ତର ଆଶିଷଙ୍କୁ ଗିରଫ କରାଯାଇଥିଲା । ଏନେଇ ଜାରି ରହିଥିବା ବେଳେ ଡାକ୍ତରଙ୍କ ଶିକାର ହୋଇଥିଲେ ଅଭିଯୋଗ କରିବାକୁ ଅପିଲ କରାଯାଇଛି।

Related Posts