ରାଜଧାନୀରେ ଚାଲିଥିଲା ବାଲ୍ୟବିବାହ; ପୁଲିସ ପହଞ୍ଚି ନାବାଳିକାକୁ ଚାଇଲ୍ଡଲାଇନକୁ କଲା ହସ୍ତାନ୍ତର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜଧାନୀରେ ଚାଲିଥିଲା ବାଲ୍ୟବିବାହ । ଖବର ପାଇ ବାଲ୍ୟବିବାହକୁ ପ୍ରଶାସନ ଅଟକାଇଥିବାର ସୂଚନା ମିଳିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ନିକଟ ଡୁମୁଡୁମାରେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ କନ୍ୟାକୁ ବାହାଘର ବୟସ ହୋଇନଥିବା କଥା ଚାଇଲ୍ଡ ଲାଇନ୍ ରେ ଅଭିଯୋଗ ହୋଇଥିଲା।

ଗତକାଲି ରାତିରେ ଖଣ୍ଡଗିରି ପୁଲିସ ସହାୟତାରେ ବାହାଘର ସ୍ଥଳରେ ଚାଇଲ୍ଡ ଲାଇନର ସଦସ୍ୟମାନେ ଓ ପୁଲିସ ପହଞ୍ଚିଲା ବେଳକୁ ବାହାଘର ସରିଯାଇଥିଲା। ଏହାପରେ ବି ପ୍ରଶାସନ କନ୍ୟାକୁ ନେଇଆସିଥିଲେ। ବାହା ହେବା ପରେ ବି ବର ଶିଶୁପାଳ ହୋଇ ଫେରିଛି।

Related Posts