ପାଠ ପାଇଁ ପାଣି ସହ ସଂଘର୍ଷ

ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି କରିବା ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ କୁନିକୁନି ଛାତ୍ରଛାତ୍ରୀ କିଭଳି ପାଠପଢିବା ପାଇଁ ଯାଉଛନ୍ତି ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଏହି ଠାରେ । ନୂଆପଡା ଜିଲ୍ଲାର ହଳଦିମୁଣ୍ଡା ଗାଁର ମେଣ୍ଡାନାଳ ଉପରେ ଅଣ୍ଟାଏ ପାଣିରେ ଛାତ୍ରଛାତ୍ରୀ ପ୍ରତିଦିନ ନାଳ ପାର ହୋଇ ଅଧ୍ୟୟନ କରିବା ପାଇଁ କେନ୍ଦୁମୁଣ୍ଡା ହାଇସ୍କୁଲକୁ ଯାଆନ୍ତି । ହେଲେ ପିଲାଙ୍କ ଗମନା ଗମନ ପାଇଁ ଏଯାଏଁ ସରକାରଙ୍କ ଦୃଷ୍ଟି ପଡିନାହିଁ । ଆସନ୍ତୁ ଦେଖିବା ହଳଦିମୁଣ୍ଡା ଗାଁରେ ସ୍କୁଲ ପିଲା କେମିତି ପାର ହେଉଛନ୍ତି ।

Related Posts