ଖୁବ୍ ଶୀଘ୍ର ୧୫ ବର୍ଷରୁ କମ୍ ପିଲାଙ୍କୁ ଦିଆଯାଇପାରେ କରୋନା ଟିକା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଖୁବଶୀଘ୍ର ୧୫ ବର୍ଷରୁ କମ ପିଲାଙ୍କୁ ଦିଆଯାଇପାରେ କରୋନା ଟିକା । କରୋନା ମହାମାରୀକୁ ରୋକିବାର ଗୋଟିଏ ହିଁ ଉପାୟ ତାହା ହେଉଛି ଟିକାକରଣ । ତେଣୁ କେନ୍ଦ୍ର ସରକାର ଟିକାକରଣକୁ ନେଇ ଅଧିକ ଗୁରୁତ୍ୱ ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ ୧୫ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ପାଇଁ ସରକାର ଟିକାର ଅର୍ଡର କରିଛନ୍ତି । ବାୟୋଲୋଜିକାଲ ଇ ଦ୍ୱାରା ପ୍ରସ୍ତୁତ ୫ କୋଟି କୋର୍ବେଭାକ୍ସ ଟିକାର ଅର୍ଡର କରିଛନ୍ତି କେନ୍ଦ୍ର ସରକାର । ଏହି ଟିକାର ଦୁଇଟି ଡୋଜ ରହିଥିବା ବେଳେ ୨୮ ଦିନ ବ୍ୟବଧାନରେ ଦ୍ୱତୀୟ ଟିକା ଦିଆଯିବ ବୋଲି ସୂଚନା ମିଳିଛି । ଗୋଟିଏ ଡୋଜ ଟିକାକୁ ୧୪୫ ଟଙ୍କା ପଡୁଥିବା ବେଳେ ଜୁନ ୨୦୨୧ରେ ଭାରତ ୧୫ ଶହ କୋଟି ଟଙ୍କାରେ ଟିକା ପାଇଁ ଅର୍ଡର କରିଥିଲ । ଏହି ଟିକା ଫେବୃଆରୀ ଶେଷ ସୁଦ୍ଧା ଆସିବ ବୋଲି ସୂଚନା ମିଳିଛି ।

ଏଟିକାକରଣକୁ ଅଧିକ ବ୍ୟାପକ କରିବ ପାଇଁ ୧୫ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ସ୍କୁଲ, କଲେଜ ଖୋଲୁଥିବାରୁ ପିଲାଙ୍କୁ ଟିକାକରଣ କରିବା ଜରୁରୀ ହୋଇପଡିଛି । କୋର୍ବେଭାକ୍ସ ବାୟୋଲୋଜିକାଲ ଇ କୁ ଏହି ଟିକାର ବିକାଶ ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ବାୟୋଲୋଜିକାଲ ଇ ୫ରୁ ୧୨ ବର୍ଷ ଏବଂ ୧୨ ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ ନେଇ ଟ୍ରାଏଲ ମଧ୍ୟ କରିସାରିଛି ।

Related Posts