ହଲିଉଡ ଫିଲ୍ମ ‘ଦ ଗ୍ରେ ମ୍ୟାନ’ରେ ନଜର ଆସିବେ ଧନୁଷ, ନେଟଫ୍ଲିକ୍ସରେ ହେବ ଷ୍ଟ୍ରିମିଂ

ହଲିଉଡ ଫିଲ୍ମ ‘ଦ ଗ୍ରେ ମ୍ୟାନ’ରେ ନଜର ଆସିବେ ଅଭିନେତା ଧନୁଷ।ଏହା ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ। ଏହି ଆକ୍ସନ ଥ୍ରିଲର ଫିଲ୍ମରେ ଧନୁଷଙ୍କ ଆକ୍ସନ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆଣ୍ଟୋନି ଓ ଜୋ ରୁଷୋ । ଏଥିରେ ସହଯୋଗ କରିଛନ୍ତି ହଲିଉଡ ଅଭିନେତା ରିୟାନ ଗୋଲିଙ୍ଗ ଓ ଖ୍ରୀସ ଇଭାନ୍ସ । ୨୦୨୧ରେ ଫିଲ୍ମଟି ଶୁଟିଂ ସରିଥିବା ବେଳେ ଏବେ ଏହା ରିଲିଜ୍ ହେବ ବୋଲି ଜଣାପଡିଛି । ଅଭିନେତା ରିୟାନ ଗୋଲିଙ୍ଗ ଓ ଖ୍ରୀସ ଇଭାନ୍ସଙ୍କ ସହ ଏହି ଫିଲ୍ମରେ ସ୍କ୍ରିନ ସେଆର କରିଛନ୍ତି ଧନୁଷ । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ୍ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଧନୁଷ ଓ ପତ୍ନୀ ଐଶ୍ଵର୍ଯ୍ୟାଙ୍କ ସହ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ। ଯାହା ସାରା ଇଣ୍ଡଷ୍ଟ୍ରିରେ ଚହଳ ପଡିଥିଲା। ଏହି ଘଟଣାକୁ ନେଇ ଚର୍ଚ୍ଚା ଥିବା ବେଳେ ଏବେ ପୁଣିଥରେ ଆଲୋଚନାକୁ ଆସିଛନ୍ତି । ଏହି ସବୁ ପରେ ସେ ବଲିଉଡର କିଛି ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ବର୍ତ୍ତମାନ ଧନୁଷ ଖୁବଶୀଘ୍ର ହଲିଉଡରେ ନଜର ଆସିବାକୁ ଯାଉଛନ୍ତି ।

Related Posts