ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର କୋର୍ଟରୁ ବାଣପୁର କୋର୍ଟକୁ ଗଲେ ଚିଲିକା ବିଧାୟକ ପ୍ରସାନ୍ତ ଜଗଦ୍ଦେବ

ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡି ମଡାଇଦେବା ଅଭିଯୋଗରେ ଗିରଫ ହେଲେ ଚିଲିକା ବିଧାୟକ ପ୍ରସାନ୍ତ ଜଗଦ୍ଦେବ । ହସ୍ପିଟାଲରୁ ବାହାରିବା ପରେ ବିଧାୟକଙ୍କୁ ଗିରଫ କରିଛି ପୋଲିସ । ଗିରଫ ହେବା ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତମାନ ଆମ୍ବୁଲାନ୍ସ ଜରିଆରେ ଚିଲିକା ବିଧାୟକ ପ୍ରସାନ୍ତ ଜଗଦ୍ଦେବକୁ ବାଣପୁର ନିଆଯାଇଛି । ପ୍ରସାନ୍ତଙ୍କୁ ଭୁବନେଶ୍ୱର କୋର୍ଟରୁ ବାଣପୁର କୋର୍ଟକୁ ନିଆଯାଇଛି ।

ସୁଚନା ଅନୁସାରେ, ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡି ମଡାଇଥିଲେ ପ୍ରଶାନ୍ତ । ସେପଟେ ଲୋକଙ୍କ ଆକ୍ରୋଶ ର ଶିକାର ଭୋଇ ଗୁରୁତର ଅବସ୍ଥାରେ ପ୍ରଶାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୋଲିସ ଗିରଫ କରିଛି ।

Related Posts