ଡବ୍ଲ୍ୟୁଏଚଓର ରିପୋର୍ଟ ଅନୂଯାଇ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ରାଜଧାନୀ ଦିଲ୍ଲୀ

ଡବ୍ଲ୍ୟୁଏଚଓ ପକ୍ଷରୁ ବିଶ୍ୱର ପ୍ରଦୂଷିତ ସହର ତାଲିକା ପ୍ରକାଶ ପାଇଛି । ବିଶ୍ୱର ସବୁଠାରୁ ଅଧିକ ବାୟୁ ପ୍ରଦୂଷିତ ସହର ପାଲଟିଛି ରାଜଧାନୀ ଦିଲ୍ଲୀ । ପ୍ରତିବର୍ଷ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢୁଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ଏହି ରିପୋର୍ଟ ରାଜଧାନୀ ବାସୀଙ୍କୁ ଅତିଷ୍ଟ କରିପକାଇଛି ।

ପୁରା ବିଶ୍ୱରେ ସର୍ଭେ କରାଯାଇ ଏକ୍ୟୁଆଇ ସମୀକ୍ଷା କରାଯାଇଥିବା ବେଳେ ସର୍ବାଧିକ ପ୍ରଦୂଷିତ ୫୦ ସହରର ତାଲିକା ପ୍ରକାଶ କରାଯାଇଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସର୍ବାଧିକ ପ୍ରଦୂଷିତ ୫୦ ସହରର ମଧ୍ୟରେ ଭାରତର ୩୫ଟି ସହର ରହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ବିଶ୍ୱ ବାୟୁ ଗୁଣବତା ରିପୋର୍ଟରେ, ଭାରତର କୌଣସି ସହର ଡବ୍ଲୁଏଚଓର ମାନଦଣ୍ଡକୁ ପୂରଣ କରିନାହାଁନ୍ତି । ରାଜଧାନୀ ଦିଲ୍ଲୀ (୮୫.୫) କୁ ଏୟାର କ୍ୱାଲିଟି ରାଙ୍କିଙ୍ଗରେ ସର୍ବାଧିକ ପ୍ରଦୂଷିତ ସହର ଭାବରେ ସ୍ଥାନିତ କରାଯାଇଛି । ଏହା ପରେ ବାଂଲାଦେଶର ରାଜଧାନୀ ଢାକା (୭୮.୧) ଏବଂ ଆଫ୍ରିକାର ମାଳଦ୍ୱୀପ ଚାଡ୍ ର ରାଜଧାନୀ ଆନ୍ ଜାମେନା (୭୭.୬) ତୃତୀୟ ସ୍ଥାନରେ ରହିଛି ।

ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରଦୂଷିତ ସହର ମଧ୍ୟରେ ତାଜିକିସ୍ତାନର ଦୁଶାଁବେ ଚତୁର୍ଥ ସ୍ଥାନରେ, ଓମାନର ମସ୍କାଟ ପଞ୍ଚମ ସ୍ଥାନରେ, ଷଷ୍ଠରେ ନେପାଳର କାଠମାଣ୍ଡୁ, ସପ୍ତମ ସ୍ଥାନରେ ବହାରେନର ମାନାମା, ଅଷ୍ଟମରେ ଇରାକର ବାଗଦାଦ, ନବମ ସ୍ଥାନରେ କିର୍ଗିସ୍ଥାନର ବିସ୍କେକ୍ ଏବଂ ଦଶମ ସ୍ଥାନରେ ଉଜବେକିସ୍ତାନର ତାସ୍‌କନ୍ଦ ଦଶମ ସ୍ଥାନରେ ରହିଛି ।

Related Posts