ରାଷ୍ଟ୍ରପତି ନିର୍ବାଚନ; ଭୋଟ ଦେବାକୁ ଆସିଲେ ନାହିଁ ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଲା ଭୋଟିଂ । ଆଜି ବିଧାନସଭାରେ ସମୁଦାୟ ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ ୧୪୫ ଜଣ ବିଧାୟକ ଭୋଟ ଦେଇଛନ୍ତି । ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଭୋଟ୍ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଧାୟକମାନେ ଭୋଟ ଦେଇଥିଲେ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ୟ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲୁ ରହିଥିଲା । ତେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅସୁସ୍ଥତା ଯୋଗୁ ଦିଲ୍ଲୀରେ ଥିବାରୁ ସେ ହସପିଟାଲରୁ ଭୋଟ୍ ଦେଇଛନ୍ତି ।

ହେଲେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ଭୋଟ ଦେବାକୁ ଆସିନଥିଲେ । ସମୟ ଗଡିଯିବା ସତ୍ତ୍ୱେ ପ୍ରଶାନ୍ତ ଭୋଟ ଦେବାକୁ ଆସିନଥିବାରୁ ବାଲଟ ବକ୍ସ ସିଲ କରାଯାଇଛି ଜ୍ଝ ସୂଚନା ଥାଉ କି ଓଡ଼ିଶାରେ ଜଣେ ବିଧାୟକ ଭୋଟ ମୂଲ୍ୟ ହେଉଛି ୧୪୯, ଓ ସାଂସଦଙ୍କ ଭୋଟ ମୂଲ୍ୟ ହେଉଛି ୭୦୦। ସମୁଦାୟ ବିଜେଡି ବିଧାୟକଙ୍କ ଭୋଟ ମୂଲ୍ୟ ୧୬୬୮୮, ବିଜେଡି ସାଂସଦଙ୍କ ମୂଲ୍ୟ ୧୪,୭୦୦। ବିଜେଡି ସମୁଦାୟ ଭୋଟ ମୂଲ୍ୟ ୩୧, ୪୮୮। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts