ଚିଲିକାରେ ଡଙ୍ଗାବୁଡ଼ି: ୭ ଗୁରୁତର

(ସତ୍ୟପାଠ ବ୍ୟୁରୋ) ବାଲୁଗାଁ: ଚିଲିକାରେ ପୁଣି ଡଙ୍ଗାବୁଡ଼ି। ପିକ୍‌ନିକ୍‌ ସାରି କାଳିଜାଇରୁ ପୀଠରୁ ବଡକୂଳ ଫେରୁଥିବା ବେଳେ ବୁଡିଗଲା ଡଙ୍ଗା ।  ୧୮ ନିଖୋଜ ଥିବା ବେଳେ ଚିଲିକା ମଝିରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି, ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଥିବା ଜଣାପଡ଼ିଛି । ତେବେ ୩ଟି ଡଙ୍ଗାରେ କାଳିଜାଇକୁ ଭୋଜି କରିବାକୁ ପ୍ରାୟ ୪୦ ଜଣ ଲୋକ ଯାଇଥିଲେ । ବଡକୂଳ, ଆଙ୍କୁଲା ଗାଁରୁ ପାଖାପାଖି ୪୦ ଜଣ ଭୋଜି ସାରି ଫେରୁଥିଲେ । ଚିଲିକାରୁ ଫେରିବା ବେଳେ କୂଳରୁ ପ୍ରାୟ ୧୨ କି.ମି ଦୂରରେ ଡଙ୍ଗା ଓଲଟି ବଡଧରଣର ଅଘଟଣ ହୋଇଛି ।

ସେପଟେ କିପରି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ବି ସ୍ପଷ୍ଟ ହୋଇନି। କାଳିଜାଇରେ ଡଙ୍ଗାବୁଡ଼ି ଘଟଣା ନୂଆ କଥା ନୁହେଁ। ଅତୀତରେ ବି ଏଠାରେ ବହୁବାର ଡଙ୍ଗା ବୁଡ଼ି ହୋଇଛି । ତେବେ ପରେ ଚିଲିକାରେ ଯାତ୍ରୀଙ୍କ ପରିବହନ ବେଳେ ଦେଶୀ ଡଙ୍ଗାରେ ଯେଉଁ ସତର୍କତା ଅବଲମ୍ବନ କରାଯିବା କଥା ତାହା କରାଯାଉନଥିବା କୁହାଯାଉଛି।

Related Posts