ଭାରତ ବିରୋଧରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର କମାଣ୍ଡର ଅବଦୁଲ ରଉଫ ଅଜହର ସମର୍ଥନରେ ବାହାରିଲା ଚୀନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତ ନିଜ ଲଢେଇ ଜାରି ରଖିଛି । ସମଗ୍ର ଦେଶରୁ ଆତଙ୍କବାଦୀଙ୍କ ମୂଳପୋଛ କରିବା ପାଇଁ ଭାରତର ଏହି ପ୍ରୟାସ ଆଗରେ ବାଧା ସୃଷ୍ଟି କରିଛି ଚୀନ । ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର କମାଣ୍ଡର ଅବଦୁଲ ରଉଫ ଅଜହରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ତାଲିକାରେ ସୂଚୀବଦ୍ଧ କରିବା ଉପରେ ରୋକ ଲଗାଇଛି ଚୀନ ।

ଭାରତ ଏବଂ ଆମେରିକା ଅଜହରକୁ ଜାତିସଂଘର ଆତଙ୍କୀ ସୂଚୀରେ ରଖିବା ପାଇଁ ପ୍ରସ୍ତାବ ରଖିଥିଲେ । ୧୯୯୯ରେ ଏହି ଆତଙ୍କୀ ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଅପହରଣରେ ସାମିଲ ଥିଲା ।

ଭାରତ ଏବଂ ଆମେରିକା ଦୁଇ ସପ୍ତାହ ପୂର୍ବେ ଅବଦୁଲ ରାଉଫ ଅଜହରକୁ ଆତଙ୍କୀ ସଚୀରେ ସାମିଲ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଅବଦୁଲ ରାଉଫ ଅଜହର ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର ମୁଖିଆ ମସୁଦ ଅଜହରର ସାନ ଭାଇ । ଭାରତର ମୋଷ୍ଟ ୱାଣ୍ଟେଡଙ୍କ ମଧ୍ୟରୁ ଜଣେ । ଭାରତର ଏହି ପ୍ରସ୍ତାବରେ ୧୪ ଅନ୍ୟ ସଦସ୍ୟ ଦେଶ ସହମତି ପ୍ରକାଶ କରିଥିଲେ, କିନ୍ତୁ ଏକା ଚୀନ ଏହି ପ୍ରସ୍ତାବର ବିରୋଧ କରିଥିଲା ।

ଏହି ଘଟଣାକ୍ରମ ପରେ ବିନା କୌଣସି ଉଚିତ କାରଣ ନଥାଇ ପ୍ରସ୍ତାବ ଉପରେ ରୋକ ଲଗାଇବାକୁ ନେଇ ଚୀନକୁ କଡା ଜବାବ ଦେଇଛି ଭାରତ । ୟୁଏନରେ ଭାରତୀୟ ରାଷ୍ଟ୍ରଦୂତ ରୁଚିରା କମ୍ୱୋଜ କହିଛନ୍ତି, ‘ଏପରି କରିବା ଠିକ୍ ନୁହେଁ । ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ, କୁଖ୍ୟାତ ଆତଙ୍କବାଦୀ ବିରୋଧରେ ପ୍ରମାଣ ଥାଇ ମଧ୍ୟ ଏହି ପ୍ରସ୍ତାବ ଉପରେ ରୋକ ଲଗାଯାଇଛି ।

Related Posts