
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ଦେଶ ଓ ଦେଶ ବାହାରୁ ଶୁଭେଚ୍ଛା ଜଣାଉଛନ୍ତି। ଏହି ଅବସରରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଦ୍ରୌପଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ସେ କହିଛନ୍ତି ଯେ, ଦ୍ରୌପଦୀଙ୍କ ସହ ରାଜନୈତିକ ବୁଝାମଣା ଓ ବିଶ୍ୱାସର ସହ କାମ କରିବାକୁ ସେ କରିବାକୁ ପ୍ରସ୍ତୁତ ଅଛନ୍ତି । ଚାଇନା ଏବଂ ଭାରତ ଦୁଇ ଗୁରୁତ୍ୱପୁର୍ଣ୍ଣ ପଡ଼ୋଶୀ ରାଷ୍ଟ୍ର। ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିଛି। ଦ୍ୱିପାକ୍ଷିକ ସମ୍ପର୍କକୁ ସଠିକ୍ ମାର୍ଗରେ ଆଗକୁ ବଢାଇବା ପାଇଁ ମୁର୍ମୁଙ୍କ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ନେଇ ଜିନପିଙ୍ଗ୍ କହିଛନ୍ତି।