ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ବିହାରରେ ବିଷାକ୍ତ ମଦ ପିଇବା ଯୋଗୁଁ ମୃତ୍ୟୁ ସଂଖ୍ୟା ୭୫ କୁ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ବିରୋଧୀ ବିହାର ସରକାରଙ୍କ ଉପରେ ଆରୋପ ଲଗାଇବା ଜାରି ରଖିଛନ୍ତି । ଏହିକ୍ରମରେ ଲୋକସଭା ସାଂସଦ ଚିରାଗ ପାସୱାନ ଆଜି ସଂସଦରେ କହିଛନ୍ତି ଯେ ଏକ ଗଣମାଧ୍ୟମର ଷ୍ଟିଙ୍ଗ୍ ଅପରେସନରେ ଦେଖିବାକୁ ମିଳିଛି ଯେ ବିହାରରେ କିପରି ମଦ ବିକ୍ରି ହେଉଛି। ମହାଗଠବନ୍ଧନର ସମସ୍ତ ନେତା ଚୁପ୍ ରହିଛନ୍ତି କାରଣ ସେମାନେ ମଧ୍ୟ ଏଥିରେ ଜଡିତ ଅଛନ୍ତି। ମଦ ନିଷେଧ ଆଇନ ପରେ ମଧ୍ୟ ରାଜ୍ୟରେ ବିଷାକ୍ତ ମଦ ସେବନ ହେତୁ ଏହି ମୃତ୍ୟୁ ପାଇଁ ଚିରାଗ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଏବଂ ବିହାରରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ସରକାର ଏବଂ ପ୍ରଶାସନ ଏହି ଘଟଣାକୁ ଚାପିଦେବାକୁ କରିବାକୁ ଚେଷ୍ଟା କରୁଛନ୍ତି।

ଚିରାଗ କହିଛନ୍ତି ଯେ, ମୁଁ ବିହାରରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଦାବି କରୁଛି ଏବଂ ଏହି ସମସ୍ତ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ମୁଁ ଦାବି କରୁଛି। ଏହାପୂର୍ବରୁ ଚିରାଗ ନୀତୀଶ ସରକାରଙ୍କ ପକ୍ଷରୁ ପୀଡିତଙ୍କ ପରିବାରକୁ କ୍ଷତିପୂରଣ ନଦେବା ନେଇ ପ୍ରଶ୍ନ ଉଠାଇଥିଲେ। ଏକ ସାକ୍ଷାତକାରରେ ଚିରାଗ କହିଥିଲେ ଯେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆକ୍ରମଣ କରି ସେ କହିଥିଲେ ଯେ “୨୦୧୬ରେ ଗୋପାଳଗଞ୍ଜରେ ୧୯ ଜଣ ଲୋକଙ୍କ ମଦ୍ୟପାନ ଯୋଗୁଁ ମୃତ୍ୟୁ ପରେ ପୀଡିତଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନୀତି ସ୍ପଷ୍ଟ ନୁହେଁ। କେବେ ସେ ଘରେ ଘରେ ମଦ ଖୋଲିଥିବାବେଳେ ୨୦୧୬ ମସିହାରେ ମଦ ନିଷେଧ ବ୍ୟବସ୍ଥା କରିଥିଲେ |