ଚିଟ୍ ଫଣ୍ଡ କମିଶନଙ୍କ ଅବଧି ଶେଷ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଶ୍ରୀମନ୍ଦିର ସଂସ୍କାର କମିଶନ ଭଳି ଚିଟଫଣ୍ଡ କମିଶନଙ୍କ ଶୁଣାଣି ଶେଷ ହେବା ପୂର୍ବରୁ ବନ୍ଦ ହୋଇଯିବ କି ? ଟଙ୍କା ଫେରି ପାଇବା ପାଇଁ ଜାମାକାରୀଙ୍କ ରହିଥିବା ଶେଷ ଆଶା ମଉଳି ଯିବ କି ? । ଏ ଭଳି ପ୍ରଶ୍ନ ଏବେ ଜମାକାରୀଙ୍କ ମୁଣ୍ଡକୁ ଖାଇଗଲାଣି । ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ପାଇବା ଆଶା ଏବେ ଆଶଙ୍କାକୁ ଚାଲିଯାଇଛି। କାରଣ ଚିଟଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଜଷ୍ଟିସ ଏମ.ଏମ. ଦାସଙ୍କ କାର୍ଯ୍ୟକାଳ ଗତ ୪ ତାରିଖରୁ ଶେଷ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇନାହିଁ । ଜାନୁଆରି ୬ରେ କାର୍ଯ୍ୟକାଳ ବୃଦ୍ଧି କରିବାକୁ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ । ତେଣୁ ଅଧା ଶୁଣାଣିରେ କମିଶନ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଜଷ୍ଟିସ ଆର.କେ ପାତ୍ରଙ୍କ ଅଧ୍ୟକ୍ଷତାରେ ଚିଟଫଣ୍ଡ କମିଶନ ଗଠନ ନେଇ ସରକାରୀ ବିଜ୍ଞପ୍ତିରେ ସରକାର ୫ଟି ଟର୍ମ ଅଫ ରିଫରେନ୍ସ ଜାରୀ କରିଥିଲେ । ସେଗୁଡିକ ହେଲା

1-ଚିଟପଣ୍ଡ କେଳେଙ୍କାରୀରେ କେଉଁ ସଂସ୍ଥା ଓ କେଉଁ ବ୍ୟକ୍ତି ସଂମ୍ପୃକ୍ତ ଅଛନ୍ତି ?
2-କେଉଁ ପ୍ରଭାବଶାଳୀ ବ୍ୟକ୍ତି କିମ୍ୱା ପ୍ରଶାସକ ଏଭଳି କାର୍ଯ୍ୟକୁ ପ୍ରତ୍ସାହୋନ ଦେଉଛନ୍ତି ?
3- ଚିଟଫଣ୍ଡ କେଳେଙ୍କାରୀରେ କ୍ଷତିଗ୍ରସ୍ତ ଜାମାକାରୀଙ୍କ ସ୍ୱାର୍ଥ କିପରି ରକ୍ଷ୍ୟା କରାଯାଇପାରିବ ?
4- ଭବିଷ୍ୟତରେ ସଠିକ ଜମାକାରୀଙ୍କୁ କିଭଳି ଆର୍ଥିକ ସୁରକ୍ଷା ଯୋଗାଇ ଦିଆଯାଇପାରିବ ?
5- ଏହା ସହିତ ଜାମାକାରୀଙ୍କ ସହ ସଂସ୍ଲିଷ୍ଟ ଯେ କୌଣସି ପ୍ରସଙ୍ଗରେ କମିଶନ କରିପାରିବେ ତଦନ୍ତ

କମିଶନଙ୍କ କାର୍ଯ୍ୟକାଳ ସମୟରେ ଜଷ୍ଟିସ ପାତ୍ରଙ୍କ ଦେହାନ୍ତ ହେବାରୁ ଜଷ୍ଟିସ ଏମ.ଏମ. ଦାସଙ୍କୁ କମିଶନ ଅଧ୍ୟକ୍ଷ ଭାବେ ସରକାର ୨୦୧୫ ଫେବୃୟାରୀ ୫ ତାରିଖରେ ନିଯୁକ୍ତି ଦେଇଥିଲେ । ଜଷ୍ଟିସ ଏମ.ଏମ. ଦାସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ସେହି ମାସ ୨୦ ତାରିଖରେ ସରକାର ଏକ ସଂଶୋଧିତ ଟର୍ମ ଅଫ ରିଫରେନ୍ସ ଜାରୀ କରିଥିଲେ । ପ୍ରଥମଥର ପାଇଁ ଜାମାକାରୀଙ୍କୁ ଚିହ୍ନଟ କରିବା ଏବଂ କର୍ପସ ଫଣ୍ଡରୁ କ୍ଷୁଦ୍ର ଜମାକାରୀଙ୍କୁ କେଉଁ ଢଙ୍ଗରେ ଟଙ୍କା ଫେରସ୍ତ କରାଯାଇପାରିବ ସେ ନେଇ ସୁପାରିସ କରିବାକୁ ନୂଆ ଟର୍ମ ଅଫ ରିଫରେନ୍ସ ଯୋଡା ଯାଇଥିଲା । ୨୦୧୯ ମସିହା ଡିସେମ୍ୱର ୧୧ ତାରିଖରେ ସରକାର ପୁନଃର୍ବାର ସଂଶୋଧନ ଆଣି କ୍ଷୁଦ୍ର ଜାମାକାରୀଙ୍କୁ ଚିହ୍ନଟ କରିବା ପାଇଁ ସଂଶୋଧିତ ଟର୍ମ ଅଫ ରିଫରେନ୍ସ ଜାରୀ କରିଥିଲେ । ୧୦ ହଜାର କିମ୍ୱା ତା ଠାରୁ କମ ଟଙ୍କା ଜମା କରିଥିବା ଜାମାକାରୀଙ୍କୁ କ୍ଷୁଦ୍ର ଜମାକାରୀ ଭାବେ ବିବେଚନା କରାଯିବ ବୋଲି ସରକାର କହିଥିଲେ ।

ତଦନ୍ତ କମିଶନ ଗଠନ ହେବା ପରେ ପ୍ରଥମ ଦଫାରେ କମିଶନଙ୍କ ନିକଟରେ ୮ ଲକ୍ଷ ୯୬ ହଜାର ୩୧୨ଟି ସତ୍ୟପାଠ ଦାଖଲ କରାଯାଇଥିଲା । ଏ ସବୁକୁ ତର୍ଜମା କରି କମିଶନ ସରକାରଙ୍କୁ ୭ଟି ଅନ୍ତରୀଣ ରିର୍ପୋଟ ଦେଇଛନ୍ତି । ୭ଟି ଅନ୍ତରୀଣ ରିର୍ପୋଟରେ କମିଶନ ମୋଟ ୪ ଲକ୍ଷ ୯୭ହଜାର ୮୪୪ ଜଣଙ୍କୁ କ୍ଷୁଦ୍ର ଜାମାକାରୀ ଭାବେ ଚିହ୍ନଟ କରି ଜମା ଟଙ୍କା ଫେରସ୍ତ ପାଇଁ ସୁପାରିସ କରିଛନ୍ତି । ପ୍ରଥମ ଦଫାରେ ମିଲିଥିବା ସମସ୍ତ ଆବେଦନ ମଧ୍ୟରୁ ଆଉ କିଛି ସତ୍ୟପାଠ ଚିହ୍ନଟ ପାଇଁ ବାକି ରହିଛି । ପୁନଃର୍ବାର ୨୦୧୮ ମସିହା ନଭେମ୍ୱର ୧୩ ତାରିଖରେ ସତ୍ୟପାଠ ଦାଖଲ ପାଇଁ କମିଶନ ଦ୍ୱିତୀୟ ଥର ପାଇଁ ଏକ ବିଜ୍ଞପ୍ତି ଜରି କରିଥିଲେ । ଏହି ଦଫାରେ ଆନୁମାନିକ ଭାବେ ପ୍ରାୟ ୭ ଲକ୍ଷ ସତ୍ୟପାଠ କମିଶନଙ୍କ ହସ୍ତଗତ ହୋଇଛି । ଯାହାର ଡିଜିଟାଇଜେନ ପକ୍ରିୟା ଏବେ ମଧ୍ୟ ଆରମ୍ଭ ହୋଇପାରିନାହିଁ । ଅଷ୍ଟମ ଅନ୍ତରୀଣ ରିର୍ପୋଟ ପାଇଁ କମିଶନ କାର୍ଯ୍ୟ ଜାରୀ ରଖିଥିବା ବେଳେ ଶୁଣାଣୀ ବନ୍ଦ ହୋଇଗଲେ ଜାମାକାରୀଙ୍କ ଭାଗ୍ୟ କଣ ହେବ, ସେମାନେ ଟଙ୍କା କେମିତି ପାଇବେ ତାହା ଏବେ ବଡ ପ୍ରଶ୍ନ । ଯାହାକୁ ନେଇ ଏବେ ଚିନ୍ତାରେ ଜାମାକାରୀ ।
Related Posts