ନକଲି ଡାକ୍ତର ରମେଶଙ୍କ ଡ୍ରାଇଭର ଚିତ୍ତରଞ୍ଜନଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ

ନୟାଗଡ଼: ସ୍ପେଶାଲ ସ୍କ୍ୱାର୍ଡଙ୍କ ହାତରେ ଲାଗିଲା ନକଲି ଡାକ୍ତର ରମେଶଙ୍କ ଡ୍ରାଇଭର | ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରୁ ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାଏକ ଓରଫ ପପୁକୁ ଗିରଫ କରିଛି କମିଶନରେଟ୍‌ ପୋଲିସ | ତେବେ ନକଲି ଡାକ୍ତର ରମେଶ ଗିରଫ ହେବା ପରଠାରୁ ଫେରାର ହୋଇଯାଇଥିଲା ପପୁ । ଏନେଇ ପୋଲିସ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିବା ବେଳେ, ରଣପୁର ଅଞ୍ଚଳରୁ ପୋଲିସ ପପୁକୁ ଗିରଫ କରିବାରେ ସକ୍ଷମ ହୋଇଥିଲା | ଏପରକି ପପୁ ଚାକିରି ନାଆଁରେ ଠକେଇ କରିଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ଅଛି। ବେଶ କିଛି ଦିନପରେ ଫେରାର ପପୁକୁ ପୁଲିସ ଧରିବାରେ ସଫଳ ହୋଇଛି। ଏବେ ପୋଲିସ ଗିରଫ ପପୁକୁ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛି । ପପୁ ନିକଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ପୋଲିସ ଅନୁମାନ କରୁଛି ।

ଖବର ଅନୁଯାୟୀ, ନକଲି ଡାକ୍ତରର ପରିଚୟ ଦେଇ ୧୮ଜଣ ମହିଳାଙ୍କୁ ବିବାହ କରିଥିଲେ ରମେଶ । ଛତିଶଗଡ଼, ଆସାମ, ଓଡ଼ିଶାରୁ ଆଦି ବିଭିନ୍ନ ସ୍ଥାନରେ ବିବାହ କରିଥିଲେ ରମେଶ । ତାଙ୍କର ଏହି ଠକେଇର ଶିକାର ହୋଇଥିଲେ ମହିଳା ଡାକ୍ତର, ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଉଚ୍ଚଶିକ୍ଷିତା ମହିଳା । କେବଳ ସ୍ତ୍ରୀଙ୍କୁ ନୁହେଁ ଚାକିରି କରାଇଦେବା ନାଁରେ ସେ ବହୁ ଲୋକଙ୍କୁ ବି ଠକିଛନ୍ତି । ପୋଲିସରେ ଅଭିଯୋଗ ଆସିବା ପରେ ରସିକିଆ ମହାଠକ ରମେଶକୁ ଗିରଫ କରିଥିଲା ପୋଲିସ । ସେବେଠାରୁ ତାହା ସହିତ କାହାର କାହାର ଲିଙ୍କ ଅଛି । ସେନେଇ ଖୋଲତାଡ଼ କରୁଛି କମିଶନରେଟ୍‌ ପୋଲିସ । ଏପରିକି ମଙ୍ଗଳବାର ଦିନ ରମେଶଙ୍କ ପ୍ରଥମ ସ୍ତ୍ରୀଙ୍କୁ ମହିଳା ଥାନାକୁ ଡାକି ପଚରାଉଚରା କରିଥିଲା ।

ସୂଚନାଯୋଗ୍ୟ, ଗତକାଲି ବୁଧବାର ଦିନ ରମେଶଙ୍କୁ ରାଜ୍ୟ ଫରେନସିକ ଲାବୋରେଟାରୀରେ ପଲିଗ୍ରାଫ୍‌ ଟେଷ୍ଟ ହୋଇଥିଲା । ଏଥିରେ ୬ ଘଣ୍ଟାରେ ୭୦ ପ୍ରଶ୍ନ ପଚରାଉଯାଇଥିଲା ।

Related Posts