ପରାଜୟ ପରେ ଆକ୍ସନ ମୋଡରେ କଂଗ୍ରେସ: ରଜନୀ ପାଟିଲ୍, ଜୟରାମ ରମେଶ, ଅଜୟ ମାକନ, ଜିତେନ୍ଦ୍ର ସିଂହ ଏବଂ ଅବିନାଶ ପାଣ୍ଡେଙ୍କୁ ବଡ ଦାୟିତ୍ଵ

ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ହାସଲ କରିଛି କଂଗ୍ରେସ | ପରାଜୟ ପରେ ଏବେ ନିଜ ଦଳକୁ ସଜାଡ଼ିବା ପାଇଁ ଅଂଟା ଭିଡିଛନ୍ତି ହାଇକମାଣ୍ଡ | ଆକ୍ସନ ମୋଡରେ ରହିଛି କଂଗ୍ରେସ | କଂଗ୍ରେସ ପାର୍ଟି ବୁଧବାର ରଜନୀ ପାଟିଲ୍, ଜୟରାମ ରମେଶ, ଅଜୟ ମାକନ, ଜିତେନ୍ଦ୍ର ସିଂହ ଏବଂ ଅବିନାଶ ପାଣ୍ଡେଙ୍କୁ ବଡ ଦାୟିତ୍ଵ ଦେଇଛି। ଏହି ସବୁ ନେତାଙ୍କୁ ନିକଟରେ ସମାପ୍ତ ପାଞ୍ଚ ରାଜ୍ୟରେ ବିଧାନସଭା ପରର ସ୍ଥିତିର ଆକଳନ କରିବା ଏବଂ ସାଂଗଠନିକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେବାକୁ ନିଯୁକ୍ତ କରାଯାଇଛି।

କଂଗ୍ରେସ ପାର୍ଟି ରଜନୀ ପାଟିଲଙ୍କୁ ଗୋଆ, ଜୟରାମ ରମେଶଙ୍କୁ ମଣିପୁର, ଅଜୟ ମାକନଙ୍କୁ ପଞ୍ଜାବ, ଜିତେନ୍ଦ୍ର ସିଂହଙ୍କୁ ଉତ୍ତର ପ୍ରଦେଶ ଏବଂ ଅବିନାଶ ପାଣ୍ଡେଙ୍କୁ ଉତ୍ତରାଖଣ୍ଡ ଦାୟିତ୍ଵ ଦେଇଛି। ଏହି ସବୁ ନେତା ନିଜ ନିଜ ରାଜ୍ୟଗୁଡିକରେ ନିର୍ବାଚନ ପରର ସ୍ଥିତି ସମୀକ୍ଷା କରିବେ ଏବଂ ସାଂଗଠନିକ ପରିବର୍ତ୍ତନ ଉପରେ ପ୍ରସ୍ତାବ ଦେବେ।

ସୂଚନାଯୋଗ୍ୟ, ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଖେଳିଥିବା ସମସ୍ତ ଚାଲ ଫେଲ ମାରିଥିଲା | ଶୋଚନୀୟ ପରାଜୟ ଶିକାର କରିଥିଲା | ଏପରିକି ଗୋଟିଏ ରାଜ୍ୟରେ ଥିବା ନିଜ ସରକାରୀ ପଦ ମଧ୍ୟ ହରାଇବାକୁ ପଡିଥିଲା | ସେପଟେ ଏହାକୁ ନେଇ ପାର୍ଟି ଭିତରେ ଥିବା ଅସନ୍ତୁଷ୍ଟ ଗୋଷ୍ଠୀ ହାଇକମାଣ୍ଡଙ୍କ ପରିବର୍ତନ ନେଇ ଦାବି ଉଠାଇଥିଲେ |

Related Posts