ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରକାଶ ପାଇଲା CISCE ଦଶମ-ଦ୍ୱାଦଶ ରେଜଲ୍ଟ୍ । ଦିନ ୧୧ଟାରେ ରେଜଲ୍ଟ୍ ଜାରି କରାଯାଇଛି । ଛାତ୍ରଛାତ୍ରୀମାନେ results.cisce.org ରେ କ୍ଲିକ୍ କରି ନିଜର ପରୀକ୍ଷାଫଳ ଦେଖିପାରିବେ । ସେପଟେ ରେଜଲ୍ଟ୍ ଦେଖିବା ପାଇଁ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଓ୍ୱେବସାଇଟରେ ଲଗ୍ ଇନ୍ କରିବାକୁ ହେବ । ଏହାପରେ ରୋଲ୍ ନମ୍ବର, ୟୁନିକ୍ ଆଇଡି ଏବଂ ଇଣ୍ଡେକ୍ସ୍ ନମ୍ବର ଦେବାକୁ ହେବ । ଶେଷରେ କ୍ୟାପଚା ଦେଲେ ସେମାନେ ରେଜଲ୍ଟ୍ ଦେଖିପାରିବେ । ଅନ୍ୟପଟେ ଫେବ୍ରୁଆରୀ ୧୨ରୁ ଏପ୍ରିଲ ୬ ତାରିଖ ଯାଏଁ ଆଇଏସସି ଦ୍ୱାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଚାଲିଥିଲା ।
