ଭଦ୍ରକ ବେଦପୁର ଗାଁରେ ଗଣେଶ ପୂଜା ମଣ୍ଡପ ସ୍ଥାନକୁ ନେଇ ଗୋଷ୍ଠୀ ସଂଘର୍ଷ: ୧୪୪ ଧାରା ଜାରି

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋହଡା ପଂଚାୟତର ବେଦପୁର ଗାଁ ଅଶାନ୍ତ । ଗଣେଶ ପୂଜା ମଣ୍ଡପ ସ୍ଥାନକୁ ନେଇ ଦେଖାଦେଇଛି ଗୋଷ୍ଠୀ ସଂଘର୍ଷ । ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି । ଗତକାଲି ମଧ୍ୟ ରାତିରୁ ଆସନ୍ତା ୨ତାରିଖ ସାନ୍ଧ୍ୟ ପର୍ଯ୍ୟନ୍ତ ୧୪୪ ଧାରା ଜାରି କଲେ ଧାମନଗର ତହସିଲଦାର ।

ଗତକାଲି ଏହି ଗ୍ରାମର କ୍ଲବ ପାଖରେ ଅନ୍ୟ ଗୋଷ୍ଠୀର କିଛି ଯୁବକ ଗଣେଶ ପୂଜା କରିବା ପାଇଁ ପୂଜା ମଣ୍ଡପ ନିର୍ମାଣ କରିବାକୁ ଆସିଥିଲେ । ଏହାକୁ ବିରୋଧ କରିଥିଲେ କ୍ଲବର ଯୁବକ ମାନେ । ଫଳରେ ଏହାକୁ ନେଇ ସେଠାରେ ଗଣ୍ଡଗୋଳ ହୋଇଥିଲା । ଏପରିକି ଦୁଇ ଦଳ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଥିଲା ।

ଖବର ପାଇ ପୋଲିସ ଏବଂ ତହସିଲଦାର ପହଂଚି ଥିଲା ବେଳେ ସେମାନଙ୍କ ଉପସ୍ଥିତିରେ ମଧ୍ୟ ଗଣ୍ଡଗୋଳ ହୋଇଥିଲା । ତେଣୁ ତହସିଲଦାର ଭଦ୍ରକ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ସେଠାରେ ୧୪୪ ଧାରା ଜାରି କରାଯିବ ସହିତ ପୋଲିସ ମୁତୟନ କରାଯାଇଛି ।

Related Posts