ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ । ଏଥିରେ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଲୁଚି ରହିଥିବା ଅନ୍ୟ ଆତଙ୍କବାଦୀମାନଙ୍କୁ ଏବେ ସୁରକ୍ଷାକର୍ମୀମାନ ଖୋଜୁଛନ୍ତି। ସୁରକ୍ଷାକର୍ମୀମାନେ ତାଙ୍କୁ ଚାରିପଟୁ ଘେରି ରହିଛନ୍ତି। ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି । ସୁରକ୍ଷାକର୍ମୀମାନେ ସତର୍କତାର ସହିତ ଆତଙ୍କବାଦୀମାନଙ୍କୁ ମୁହଁତୋଡ଼ ଜବାବ ଦେଉଛନ୍ତି । କାଶ୍ନୀର ଆଇଜିପି ବିଜୟ କୁମାର କହିଛନ୍ତି ପୁଲୱାମାରେ ଲସ୍କର-ଇ-ତୋଏବାର ତିନିଜଣ ଆତଙ୍କବାଦୀଙ୍କ ସହିତ ସଂଘର୍ଷ ଜାରି ରହିଛି।

ଏହାପୂର୍ବରୁ ଦକ୍ଷିଣ କାଶ୍ମୀର୍ର କୁଲଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ସୁରକ୍ଷାକର୍ମମାନେ ଜୈସ-ଏ-ମହମ୍ମଦର ଦୁଇଜଣ ଆତଙ୍କବାଦୀଙ୍କୁ ମାରିଦେଇଥିଲ। ଗତ ୩ ଦିନ ମଧ୍ୟରେ ଘାଟିରେ ହୋଇଥିବା ବିଭିନ୍ନ ସଂଘର୍ଷରେ ମୋଟ ୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସଂଘର୍ଷ ହୋଇଥିବା ସ୍ଥାନରୁ ୨ଟି ଏକେ-୪୭ ରାଇଫଲ, ୭ଟି ମେଗାଜିନ ବୋମା ଓ ୯ଟି ଗ୍ରେନେଡ ଜବତ କରାଯାଇଛି।

Related Posts