ବାଇଡେନ ପ୍ରଶାସନ ଆମେରିକାକୁ ଧ୍ୱଂସ କରିବାରେ ଲାଗିଛନ୍ତି: ଟ୍ରମ୍ପ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ବାଇଡେନ୍ର ପ୍ରଶାସନ ଆମେରିକାକୁ ଧ୍ୱଂଶ କରୁଛି ବୋଲି ଟ୍ରମ୍ପ କହିଛନ୍ତି। ଓହିୟୋରେ ଆୟୋଜିତ ଏକ ରାଲିକୁ ସମ୍ବୋଧନ କରି ଏପରି କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି “ଏହା ସତ ଯେ ନିର୍ବାଚନରେ ଜାଲିୟାତୀ ଓ ଚୋରୀ ହୋଇଥିଲା। ଏବେ ଆମ ଦେଶକୁ ବର୍ବାଦ କରାଯାଉଛି। ଆମ ଦେଶ ବର୍ବାଦ ହେଉଛି।

ଆମ ଦେଶ ନର୍କକୁ ଯାଉଛି। ପୂର୍ବରୁ ମୁଁ କେବେ ଏମିତି ଦେଖି ନାହିଁ।” ଆମେରିକାରେ ବଢୁଥିବା ପେଟ୍ରୋଲ ଦର ଯୋଗୁ ବାଇଡେନ୍ଙ୍କୁ ଦୋଷାରୋପ କରିଛନ୍ତି ଟ୍ରମ୍ପ। ଋଷ ରାଷ୍ଟ୍ରପତି ପରମାଣୁ ଅସ୍ତ୍ର ବ୍ୟବହାର କରି ଦୁନିଆକୁ ନଷ୍ଟ କରିବା କଥା କହୁଥିବା ବେଳେ ବାଇଡେନ୍ ଏସବୁ କରୁଛନ୍ତି। ଆମେରିକାର ରେକର୍ଡ ମୁଦ୍ରାସ୍ଫିତି ଓ ପେଟ୍ରୋଲର ଦର ବୃଦ୍ଧି ପାଇଁ ବର୍ତ୍ତମାନ ସରକାର ହିଁ ଦାୟୀ ହୋଲି ଟ୍ରମ୍ପ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts