ପାଳଲହଡାରେ ଅମଲା କର୍ମଚାରୀଙ୍କ କଲମଛାଡ ଧାରଣା, ୧୯୦୦ ଗ୍ରେଡ୍ ପେ କୁ ୪୨୦୦ ଟଂକା ବୃଦ୍ଧି ଦାବୀ

ଭୁବନେଶ୍ୱର,୧/୬(ସତ୍ୟପାଠ ବ୍ୟୁରୋ): ଅନୁଗୁଳ ଜିଲ୍ଲା ଅମଲା ମଞ୍ଚ ସଂଘ ଡାକରାରେ ବିଭିନ୍ନ ଦଫା ଦାବି ନେଇ ପାଳଲହଡାର ଅମଲା କର୍ମଚାରୀଙ୍କ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାମୁହିକ ଧାରଣା ।

ମିଳିଥିବା ସୂଚନା ଅନୁସାରେ ଅମଲା କର୍ମଚାରୀ ମାନେ ଦୀର୍ଘ ବର୍ଷ ହେଲା ସ୍ବଳ୍ପ ଦରମାରେ ସରକାରଙ୍କ ପାଇଁ ନିରବଚ୍ଛିନ୍ନ ଓ ସ୍ବଛତା ଭାବରେ କାର୍ଯ୍ୟ କରି ଆସୁଛନ୍ତି । ଅମଲା କର୍ମଚାରୀଙ୍କ ଶିକ୍ଷା ଗତ ଯୋଗ୍ୟତା ଅନୁସାରେ ଦରମା କମ ମିଳୁ ଥିବାରୁ ତାଙ୍କ ପରିବାର ପ୍ରତିପୋଷଣ କରିବାରେ ବିଭିନ୍ନ ସମସ୍ୟା ଉପୁଜୁଥିବା ରୁ ପୂର୍ବରୁ ଅନେକ ଥର ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସରକାର ଅମଲା କର୍ମଚାରୀଙ୍କ ପ୍ରତି ପକ୍ଷପାତିତା କରି ଆସୁଛନ୍ତି । ଏହାର ପ୍ରତିବାଦ ରେ ଅମଲା କର୍ମଚାରୀଙ୍କ ଦରମା ବୃଦ୍ଧି ଓ Label 4 ରୁ Label 9 Gread pay 4200 କୁ ବୃଦ୍ଧି କରିବା ପାଇଁ ଜିଲ୍ଲା ଅମଲା ମଞ୍ଚ ଡାକରାରେ ଆଜି ପାଳଲହଡା ଚାଳିଶ ରୁ ଉର୍ଦ୍ଧ୍ବ ଅମଲା କର୍ମଚାରୀ ଅଫିସ ଛାଡ ଆନ୍ଦୋଳନ କରିବା ସହିତ ସାମୁହିକ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ କର୍ମଚାରୀ ଧାରଣା ରେ ସାମିଲ ରହିବେ ବୋଲି ଚେତାବନୀ ଦେଇଛନ୍ତି ଅନ୍ୟ ପଟେ ଯଦି ସରକାର ଦାବି ପୁରଣ ନ କରନ୍ତି ଏହି ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ବୋଲି ଅମଲା କର୍ମଚାରୀଙ୍କ ସଭାପତି ଚିକାବା ରମଣ ଦାସ ରୋକଠୋକ କହିଛନ୍ତି ।

ବର୍ତ୍ତମାନ 7th pay ରୋଲ ଅନୁସାରେ ଜଣେ କନିଷ୍ଠ ଅମଲା କର୍ମଚାରୀଙ୍କ ଦରମା ସରକାର ଗ୍ରେଡ଼ ପେ ଅନୁସାରେ ଲେବଲୁ 4 ରେ 1900 ଟଙ୍କା ରେ ଲାଗୁ କରିଛନ୍ତି ଯାହା ଫଳରେ ଜଣେ କର୍ମଚାରୀ ପାଖାପାଖି 27000 ଟଙ୍କା ଦରମା ପାଉଛନ୍ତି କର୍ମଚାରୀଙ୍କ କହିବା କଥା ଯଦି ତାଙ୍କର ଶିକ୍ଷା ଗତ ଯୋଗ୍ୟତା ଅନୁସାରେ ଲେବଲ 9 କୁ ନିଆଯାଏ ତେବେ ଏହା 1900 ଟଙ୍କା ରୁ 4200 ଟଙ୍କା କୁ ବୃଦ୍ଧି କରାଯାଏ ତେବେ 27 ହଜାର ଟଙ୍କା ଦରମା ପାଉଥିବା କର୍ମଚାରୀ ଲେବଲ 9 ଅନୁସାରେ ପାଖାପାଖି 42 ହଜାର ଟଙ୍କା ଦରମା ପାଇବାକୁ ହକଦାର ହୋଇ ପାରିବ ।

ଏହି ଧାରଣା ରେ ସମ୍ପାଦକ ଜନ୍ମେଜୟ କିସାନ, କୋଷାଧକ୍ଷ ଶଙ୍କର ଦୟାଲ ମୁର୍ମୂ, ଉପଦେଷ୍ଟା, କୁଷଧ୍ବଜ ଦେହୁରୀ, ସଦସ୍ୟ ତରୁଣକାନ୍ତି ପ୍ରଧାନ, ସୁଜାତା ହେସା, ଗୁଲସନ ପ୍ରଧାନ ଓ ତ୍ରିଲୋଚନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts