ପୁରୀ ପାଇଁ ୫୦୦କୋଟିର ପ୍ୟାକେଜ

ସତ୍ୟପାଠ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପୁରୀ ଭିତ୍ତିଭୂମି ବିକାଶ ଓ କ୍ଷତିଗ୍ରସ୍ତଙ୍କୁ ଥଇଥାନ ପାଇଁ ୫୦୦କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଆସୁଥିବା ମଠର ସ୍ଥାନାନ୍ତର କରାଯିବ ବୋଲି ବୈଠକରେ ନିଷ୍ପତିି ନିଆଯାଇଛି ।

ଲୋକସେବା ଭବନରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଭିତ୍ତିଭୂମି ବିକାଶ, ନୂଆ ରାସ୍ତା, ସେତୁ ଓ ପାର୍କିଂ ସ୍ପେସ ପାଇଁ ୫୦୦କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ମାଳତୀପାଟପୁରରୁ ଜଗନ୍ନାଥବଲ୍ଲଭ ମଠକୁ ଶ୍ରୀସେତୁ ସଂଯୋଗ କରିବ । ଏହି ଶ୍ରୀସେତୁ ପାଇଁ ୧୯୦କୋଟି ଟଙ୍କା ଖର୍ଚ୍ଚ ହେବ । ଜଗନ୍ନାଥବଲ୍ଳଭ ମଠରେ ବହୁତଳ ପାର୍କିଂ ବ୍ୟବସ୍ଥା କରାଯିବ । ଏହା ସହ ସେଠାରେ ୧୦ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର କରାଯିବ ।

ଜଗନ୍ନାଥବଲ୍ଳଭ ମଠରେବହୁତଳ ପାର୍କିଂ ,ଧ୍ୟାନ କେନ୍ଦ୍ର ଓ ମାର୍କେଟ କଂପ୍ଲେକ୍ସ ପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୂଷା ନଦୀର ପୁନରୁଦ୍ଧାର ହୋଇ ମଙ୍ଗଳା ନଦୀ ସଂ ସଂଯୋଗ କରାଯିବ । ମୂଷା ନଦୀରେ ରିଭର ଫ୍ରଣ୍ଟ ପର୍ଯ୍ୟଟନର ବିକାଶ କରାଯିବ । ମୂଷା ନଦୀର ପୁନରୁଦ୍ଧାର ଓ ପର୍ଯ୍ୟଟନ ପାଇଁ ୮୫କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ସହ ଅଠରନଳାର ସୈାନ୍ଦର୍ଯ୍ୟକରଣ କରାଯିବା ପାଇଁ ୫କୋଟି ଟଙ୍କା ଖର୍ଚ୍ଚ ହେବ ।

ପୁରୀରେ ୨୮ଏକର ଜମିରେ ହ୍ରଦ ହେବା ପାଇଁ ୩୫କୋଟି ଟଙ୍କା ଖର୍ଚ୍ଚ କରାଯିବ । ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପୁନରୁଦ୍ଧାର ହେବ । ଏହି ପୁନରୁଦ୍ଧାର କାର୍ଯ୍ୟ ୨ବର୍ଷ ମଧ୍ୟରେ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଆସୁଥିବା ମଠର ସ୍ଥାନାନ୍ତର କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି ।

Related Posts