କଟକରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କଲା ସିଏମସି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଟକରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କଲା ସିଏମସି । ସିଏମସି ଅଞ୍ଚଳରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଛି କଟକ ମହାନଗର ନିଗମ । ଖାଲି ସେତିକି ନୁହେଁ, କଟକକୁ ବାହାରୁ ଯାଉଥିବା ସମସ୍ତ ଲୋକଙ୍କ ପାଇଁ ମଧ୍ୟ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ତେବେ ସିଏମସି ତରଫରୁ ଯେଉଁ ବିଜ୍ଞପ୍ତ ଜାରି କରି ଏହି ସୂଚନା ଦିଆଯାଇଛି, ସେଥିରେ ଉଲ୍ଲେଖ କରାଯାଇଛି ଯେ, କଟକ ସହର ଭିତରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନକୁ ଗଲେ ମାସ୍କ ବ୍ୟବହାର କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ତା ସହିତ ଲୋକମାନେ ନିଜ ନିଜ ଭିତରେ ଦୁଇ ମିଟର ଦୂରତା ରକ୍ଷା କରିବାକୁ ସିଏମସି ନିର୍ଦ୍ଦେଶ ଦେଇଛି । ସମସ୍ତ ମଲ, ଦୋକାନରେ ସାମାଜିକ ଦୂରତା ନିୟମ କଡାକଡି ପାଳନ କରିବାକୁ ସିଏସି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି । ଅନ୍ୟପଟେ କୋଭିଡ୍ ସଂକ୍ରମଣ କିଛି ଜିଲ୍ଲାରେ ବଢୁଥିବାରୁ ସମସ୍ତେ କୋଭିଡ୍ ନିୟମ ପାଳନ କରିବାକୁ ସିଏମସି ନିର୍ଦ୍ଦେଶ ଦେଇଛି । ଜନସାଧାରଣମାନେ ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ କୁହାଯାଇଛି ।

Related Posts