କୋଭିଡ୍ ନିୟମକୁ ଫୁ କରି ଉଡାଇଦେଲେ ସିଏମସି କର୍ମଚାରୀ ,ଭୋଜି କରି ଦଣ୍ଡ ଗଣିଲେ

( ସତ୍ଯପାଠ ବ୍ୟୁରୋ ) ଭୁବନେଶ୍ବର:ରାଜ୍ୟସରକାର କରୋନାକୁ ଆୟତ୍ତକୁ ଆଣିବା ପାଇଁ  କଡା କଟକଣା  ଜାରି କରୁଛନ୍ତି  । ସେହି କଟକଣାକୁ କର୍ଯ୍ୟକାରୀ କରିବା ଦାୟିତ୍ୱରେ  ଥିବା କର୍ମଚାରୀ ନିୟମ ଭାଙ୍ଗୁଛନ୍ତି । ସରକାରଙ୍କ ନିୟମକୁ ଭାଙ୍ଗି  ବିରିୟାନୀ ଓ ମଦର ଆସରରେ ମସଗୁଲଥିବା  ସିଏମସି ଏନଫୋର୍ସମେଣ୍ଟ କର୍ମଚାରୀ ପୁଲିସ ହାତରେ ଧରାପଡି ଜରିମାନା ଦେଇଛନ୍ତି ।   ରାଜ୍ୟରେ କରୋନା ଉଦବେଗ ଜନକ ସ୍ଥିତି ପାଇଁ ସରକାର ବାହାଘର , ଶେଷକୃତ୍ୟ ଭୋଜିଭାତ  ଆୟୋଜନ ଉପରେ କଟକଣା ଲଗାଇଛନ୍ତି । ବାହାଘରରେ ୨୫ ଜଣଙ୍କୁ ଅନୁମତି ଥିବା ବେଳେ କେବଳ ପାର୍ସଲରେ ଖାଦ୍ୟ ଦେବାକୁ କୁହାଯାଇଛି । କିନ୍ତୁ ନୟମ ଲାଗୁ କରାଇବାର ଦାୟିତ୍ୱ ନେଇଥିବା ସିଏମସି କର୍ମଚାରୀ ଗତକାଲି ରାତିରେ ଭୋଜିର ଆୟୋଜନ କରି କୋଭିଡ ନିୟମକୁ ଫୁ କରି ଉଙ୍ଗାଇ ଦେଇଛନ୍ତି । ବିଡାନାସୀ ଅଞ୍ଚଳରେ ଥିବା  ନଳୀନ ମଣ୍ଡପ ନିକଟରେ ଏକ ଘରେ ସିଏମସିର ଏନଫୋର୍ସମେଣ୍ଟ ଟିମ୍ ର ୧୨ରୁ ଅଧିକ କର୍ମଚାରୀ ଭୋଜି ଆୟୋଜନ କରିଥିଲେ । ଖବର ପାଇ ବିଡାନାସୀ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଭୋଜିକୁ ବନ୍ଦ କରିବା ସହିତ କୋଭିଡ  ନିୟମ ଭଙ୍ଗ କରିଥିବାରୁ ଜରିମାନା ଆଦାୟ କରିଛି । ସହରରେ  କୋଭିଡ କଟକଣା ନିୟମ ପାଳନ ଉପରେ ନଜର ରଖିବା ପାଇଁ ସିଏମସିର ଏନଫୋର୍ସମେଣ୍ଟ ଟିମ୍ ରହିଛି । ସେହି ଟିମ୍ ବିଭିନ୍ନ ଦୋକାନରେ କୋଭିଡ ଗାଇଡଲାଇନ ପାଳନ ହେଉନଥିଲେ ଜରିମାନା ଆଦାୟ କରନ୍ତି ।  ତେବେ ସହର ବାସୀଙ୍କୁ କରୋନା ନିୟମକୁ ନେଇ ସଚେତନ କରାଇଥିବା ସିଏମସି କର୍ମଚାରୀ ଗତକାଲି ରାତିରେ ଭୋଜିର ଆୟୋଯନ କରିଥିଲେ । ପୁଲିସ ଚଡଉ କରି ଭୋଜିକୁ ବନ୍ଦ କରିବା ସହିତ ସେଠାରୁ ମଦବୋତଲ  ଓ ବିରିୟାନୀ  ଜବତ କରିଛି । କୋଭିଡ ନିୟମ ଭାଙ୍ଗି ଥିବାରୁ ସେମାନଙ୍କଠାରୁ ୧୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

Related Posts