
~~~~~~
ମିନିଷ୍ଟର ଅଫିସିଆଲ ପେଡ ରେ ନିଜ ଝିଅକୁ ଅଫିସିଆଲ representative ନିଯୁକ୍ତି ମାମଲା ଧରା ପଡିବା ପରେ ଏବେ ପାଓ୍ବାର କରିଡରରେ କମ୍ପନ ଆରମ୍ଭ ହୋଇଯାଇଛି। ୨୦୧୪ ମସିହା ଜୁଲାଇ ମାସରେ ସ୍ବୟଂ ମୁଖ୍ୟମନ୍ତ୍ରୀ ଦଳର ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମା ଜାରୀ କରିଥିଲେ ଯାହା ଫଳରେ କେହି ଯେପରି ସେମାନଙ୍କର ପରିବାର ବା ସମ୍ପର୍କିୟଙ୍କୁ ନିଜର ସରକାରୀ ସହଯୋଗୀ ଭାବରେ ନିଯୁକ୍ତି ନଦିଅନ୍ତି। ଦଳର ସମସ୍ତେ ଅକ୍ଷରେ ଅକ୍ଷରେ ପାଳନ କରିଥିବା ବେଳେ ଝାରସୁଗୁଡାର ବିଧାୟକ ନବଦାସ ଖୋଲାଖୋଲି ଅମାନ୍ୟ କରିଛନ୍ତି। ପଶ୍ଚିମ ଓଡିଶାର ଏହି ନୂଆ ଶଙ୍ଖୁଆଙ୍କୁ ନେଇ ବିଜୁ ଜନତା ଦଳ ଏବେ ବେଶ୍ ଅଡୁଆରେ ପଡିଯାଇଛି।
ଏକଥା ଅବତାରଣା ପଛର କାରଣ ମଧ୍ୟ ଅତି ସ୍ପଷ୍ଠ ତାହା ହେଲା “ସତ୍ୟପାଠ”ର ପ୍ରଭାବ। ‘ସତ୍ୟପାଠ’ରେ ନବ ବାବୁଙ୍କ ଏଭଳି ତୃଟି ପ୍ରଥମେ ପ୍ରସାରଣ ହୋଇଥିଲା। ଯେତବେଳେ ସାରା ରାଜ୍ୟ କୋଭିଡ୍ କଟକଣାକୁ ମାନି ଚଳୁଛି ସେତବେଳେ ଝାରସୁଗୁଡା ଜିଲ୍ଲାପାଳଙ୍କ ଜାଣତରେ ଡି.ଆର.ଡି.ଏ ସଭାଗୃହରେ ସାମାଜିକ ସଙ୍ଗରୋଧକୁ ଉଲଂଘନ କରି ନବ ବାବୁଙ୍କ ଝିଅ କିପରି ସଭା କଲେ ତାହା ରାଜ୍ୟବାସୀଙ୍କୁ ଜଣାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ନବ ବାବୁଙ୍କ ଝିଅ ତାଙ୍କ ନାମ ଫଳକରେ ତଥା ପ୍ୟାଡରେ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସରକାରୀ ପ୍ରତିନିଧି ଭାବେ ନିଜକୁ କିପରି ପରିଚିତ କରି ଆସୁଛନ୍ତି ସେ କଥା ପ୍ରସାରଣ ହୋଇଥିଲା। କୁହାଯାଏ ଏହି ପଦର ପରିଚୟରେ ସେ ଝାରସୁଗୁଡା ଜିଲ୍ଲାରେ ଏକପ୍ରକାର ମନ୍ତ୍ରୀଙ୍କ ଚଳନ୍ତି ପ୍ରତିମା ଭାବରେ ସମ୍ମାନ ପାଇ ଆସୁଥିଲେ। ଏକଥା ସତ୍ୟ ଏକଦା ପଶ୍ଚିମ ଓଡିଶାରେ ବିଜେଡିର ଦୁର୍ବଳ ସ୍ଥିତିକୁ ଦୃଷ୍ଟିରେ ରଖି ନବ ଦାସଙ୍କୁ କଂଗ୍ରେସ ଶିବିରରୁ ଆଣି ବିଜେଡି ଶଙ୍ଖ ଗାମୁଛା କାନ୍ଧରେ ପକାଇ ଦଳରେ ସାମିଲ କରାଇଥିଲା। କିନ୍ତୁ ଦେଖାଗଲା ନବ ବାବୁ ଦଳ ପାଇଁ ଯେତିକି ଆବଶ୍ୟକରେ ନଲାଗୁଛନ୍ତି ତାଠାରୁ ଅଧିକ ନିଜର ଫାଇଦା ହାସଲ କରି ଚାଲିଛନ୍ତି।
ଯେତବେଳେ ରାଜ୍ୟର ସମସ୍ତ ମୁଖ୍ୟସ୍ରୋତ ଗଣମାଧ୍ୟମ ନବଙ୍କ ସମ୍ପର୍କରେ ପୁରା ନିରବ ସେତବେଳେ ସତ୍ୟପାଠରେ ବାରମ୍ବାର ଏ ସମ୍ପର୍କରେ ଖବର ପ୍ରସାରଣ ହୋଇଥିଲା। ତଥ୍ୟ ପ୍ରମାଣ ସହ ଏହି ଖବରକୁ ବିଜୁ ଜନତା ଦଳ ଖଣ୍ଡନ କରିବାରେ ବିଫଳ ହେବାପରେ ଶୁଣିବାକୁ ମିଳୁଛି ନବଙ୍କୁ ଏ ସଂକାନ୍ତରେ ତାଗିଦ୍ କରାଯାଇଛି। ଝିଅକୁ ନବଙ୍କ ଦସ୍ତଖସ୍ତରେ ଦିଆଯାଇଥିବା ପଦବୀ ତୁରନ୍ତ ବାତିଲ୍ କରିବା ପାଇଁ କୁହାଯାଇଛି। ଏହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତୀକୁ ବହୁ ମାତ୍ରାରେ ପ୍ରଭାବିତ କରିବା ସମ୍ଭାବନା ଥିବାରୁ ଏଭଳି ତ୍ବରିତ ପଦକ୍ଷେପ ନିଆଯାଉଛି ବୋଲି ଜଣାପଡିଛି। ଏପରିକି ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ମଧ୍ୟ ତାଗିଦ୍ କରାଯାଇଛି ଯେପରି ଭବିଷ୍ୟତରେ ଏଭଳି ତୃଟି ପୂର୍ନବାର ନହୁଏ ।
ଏଠାରେ ପ୍ରଶ୍ନ ଉଠୁଛି ନବବାବୁ ଏପରି ଦୁଃସାହସ କରିପାରିଲେ କିପରି ? ଆମ ଆକଳନ ଯଦି ସତ୍ୟ ହୋଇଥାଏ ତା’ହେଲେ ଆଗାମୀ ଦିନରେ ନବ ବାବୁ ନିଜ ଝିଅକୁ ରାଜନୈତିକ ଥଇଥାନ ପାଇଁ ଏ ହେଉଛି ପୂର୍ବ ପ୍ରସ୍ତୁତି। ଜିଲ୍ଲାସାରା ଗୋଟିଏ କଥା ଚର୍ଚ୍ଚା ହେଉଛି ଯେ ଏହା ମାଧ୍ୟମରେ ନବବାବୁ ଜଣାଇବାକୁ ଚାହୁଁଥିଲେ ମୁଁ ଯିଏ ମୋ ଝିଅ ସିଏ। ଏକଥା ବୋଧହୁଏ ନବବାବୁଙ୍କୁ ଜଣା ନାହିଁ ବିଜେଡିରେ ଜଣିଏ ମାତ୍ର ନେତା ସେ ହେଲେ ନବୀନ ପଟ୍ଟନାୟକ। ଏହାଙ୍କ ବାଦ୍ ଏ ଦଳରେ କାହାରି ଜାଗିରଦାରୀ ଚଳିବ ନାହିଁ। ସେ ପର୍ଯ୍ୟନ୍ତ ଧର୍ଯ୍ୟ ଧରାଯିବ ଯେ ପର୍ଯ୍ୟନ୍ତ ଦଳ ଓ ଦଳପତିଙ୍କ ଆସନ ଆଉ ଭାବମୂର୍ତ୍ତୀ ସବୁ ଠିକଠାକ୍ ଅଛି, ହେଲେ ଏଥିରେ ସାମାନ୍ୟ ଓଲମ ବିଲମ ହେଲେ ସେ ଯିଏବି ହେଉ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିପାରେ।
ତୃତୀୟ ମହଲା ର ଅତି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ 24 ଘଣ୍ଟା ମଧ୍ୟ ରେ official ରିପ୍ରେଜେନ୍ଟେଟିଭ ପଦ ରୁ ହଟେଇବା ପାଇଁ ନବଙ୍କୁ କୁହାଯାଇଛି। ତ। ଛଡା ଏ ସଙ୍କ୍ରାନ୍ତୀୟ ଅଫିସିଆଲ ସୂଚନା ଝାରସୁଗୁଡା ଜିଲ୍ଲାପାଳ ଙ୍କୁ ଜଣେଇଦେବା ପାଇଁ ନବ ଦାସ ଙ୍କୁ କୁହାଯାଇଥିବା ପ୍ରକାଶ।