ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡିଲା

ପୁଲିସ କୁ ମାଡ ମାରି କେନ୍ଦ୍ରାପଡ଼ା ସହର ମଧ୍ୟରେ ଥିବା ଏକ ଘରୋଇ ନର୍ସିଂହୋମ ର ଦୁଇଜଣ ଡାକ୍ତର ଗିରଫ୍ ହୋଇଛନ୍ତି l ଗିରଫ୍ ଡାକ୍ତର୍ ହେଉଛନ୍ତି ଦେବାଶିସ୍ ସାହୁ ଓ ଶିବାଶିସ୍ ସାହୁ l ଉଭୟଙ୍କ ର ୬ ଜଣ ସହଯୋଗୀ ଙ୍କୁ ମଧ୍ଯ ଟାଉନ୍ ପୁଲିସ ଗିରଫ କରିଛି l

ଶୁକ୍ରବାର ସନ୍ଧ୍ୟାରେ ଜଣେ ୱେବ୍ ମିଡିଆର ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ କୌଣସି ଘଟଣାକୁ ନେଇ ସାମ୍ବାଦିକ ଓ ଡାକ୍ତର୍ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ପରେ ସମ୍ପୃକ୍ତ ସାମ୍ବାଦିକ ଟାଉନ୍ ଥାନା ରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ଟାଉନ୍ ପୁଲିସ ନର୍ସିଂହୋମ ରେ ପହଁଞ୍ଚିବା ପରେ ଦୁଇ ଡ଼ାକ୍ତର ଏବଂ ତାଙ୍କର ସହଯୋଗୀ ମାନେ ପୁଲିସ ସହିତ ଧସ୍ତାଧସ୍ତି କରିଥିଲେ l ଏହି ଘଟଣାରେ ଦୁଇଜଣ ପୁଲିସ ଓ ସାମ୍ବାଦିକ ଆହତ ହୋଇଥିବା ଜଣାପଡିଛି l ଘଟଣାରେ ଆହତ ସାମ୍ବାଦିକ ଏବଂ ପୁଲିସ ପକ୍ଷରୁ ଭିନ୍ନ ଭିନ୍ନ ଏତଲା ଦିଆଯାଇଛି l ଟାଉନ୍ ପୁଲିସ କେସ ନମ୍ବର ୧୨୬/୨୦,୧୨୭/୨୦ ରେ ମାମଲା ରୁଜୁ କରିଛି l  ଗିରଫ୍ ବ୍ୟକ୍ତି ଙ୍କ ବିରୁଦ୍ଧରେ IPC ଦଫା 341.223.294.506.307.379.34. ଏବଂ
147.353.332.333.294.307.506.149 ରେ ମାମଲା ରୁଜୁ କରିଛି ପୁଲିସ l

Related Posts