ରଥ ଯାତ୍ରା ବନ୍ଦ ପଛରେ ସରକାରୀ ଷଢଯନ୍ତ୍ର !,

ସତ୍ୟପାଠ (ବ୍ଯୁରୋ) ଚଳିତ ବର୍ଷ ଶ୍ରୀକ୍ଷେତ୍ର ରେ ବିଶ୍ଵ ପ୍ରସିଦ୍ଧ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ରଥ ଯାତ୍ରା ଅନୁଷ୍ଠିତ ହେବ ନାହି। କରୋନା ମହାମାରୀ ଯୋଗୁଁ ଏ ବର୍ଷ ପୁରୀ ଏବଂ ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ରଥ ଯାତ୍ରା ହେବ ନାହି ବୋଲି ମାନ୍ୟବର ସୁପ୍ରିମ କୋର୍ଟ ଏକ ଅନ୍ତରୀଣ ରାୟ ଦେଇଛନ୍ତି। ରାୟ ପ୍ରକାଶ ପାଇବା ପରେ ବହୁ ଜଗନ୍ନାଥ ପ୍ରେମୀ ମର୍ମାହତ ହେଇଥିବା ବେଳେ କେତେକ ରାୟ କୁ ସ୍ଵାଗତ କରିଛନ୍ତି । ଅନେକ ଲୋକଙ୍କ କହିବା ହେଲା କି ଏହା ପଛରେ ରହିଛି ରାଜ୍ୟ ସରକାରଙ୍କ ଷଡଯନ୍ତ୍ର  

ପୁରା ଘଟଣାକ୍ରମ କୁ ଯଦି ନିରିଖେଇକି ଦେଖିବେ ତେବେ ବୁଝି ହେବ ଯେ ମୂଳରୁ ହିଁ ସରକାର ରଥ ଯାତ୍ରା ହେଉ ସେ ନେଇ ଆନ୍ତରିକତା ଦେଖାଇ ନାହାନ୍ତି। ବାସ୍ତବରେ ରଥ ଯାତ୍ରା ବନ୍ଦ ନେଇ ସୁପ୍ରୀମ କୋର୍ଟ ରେ ଦ୍ଵାରସ୍ଥ ହେଇଥିବା ଏନଜିଓ ଓଡିଶା ବିକାଶ ପରିଷଦ କୁ ଅନେକ ଦାୟୀ କରୁଛନ୍ତି କିନ୍ତୁ ବାସ୍ତବରେ ଓଡିଶା ସରକାର ହିଁ ମୂଳ ଖଳନାୟକ। କିନ୍ତୁ ଦୋଷ ଖସେଇବା ପାଇଁ କରୋନା ଏବଂ ସୁପ୍ରିମ କୋର୍ଟ ଙ୍କ ବାହାନା ନେଉଛନ୍ତି ରାଜ୍ୟ ସରକାର ବୋଲି ଅନେକ ମତ ଦେଇଛନ୍ତି। ହାଇକୋର୍ଟ ର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଓଡିଶା ବାର ଆସୋସିଏସନ ର ସଭାପତି ଅଶୋକ ମହାପାତ୍ର  ଏ ସନ୍ଦର୍ଭରେ ସ୍ପଷ୍ଟ ମତ ରଖିଛନ୍ତି ଯେ ରାଜ୍ୟସରକାର ଜାଣିଶୁଣି ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ନିକଟରେ ସମ୍ପୂର୍ଣ ତଥ୍ୟ ରଖିନାହାନ୍ତି । ଫଳ ସ୍ୱରୂପ ଅଦାଲତ ରଥ ଯାତ୍ରା ସମ୍ପୂର୍ଣ ବନ୍ଦ କରିବା ସପକ୍ଷ ରେ ରାୟ ଦେଇଛନ୍ତି।

୨୮୪ ବର୍ଷର ଇତିହାସରେ ଯାହା ହୋଇନଥିଲା ତାହା ଚଳିତ ବର୍ଷ ହେବାକୁ ଯାଉଛି ନିଳାଚଳ ଧାମ ପୁରୀରେ। ସବୁ ପ୍ରସ୍ତୁତି ଶେଷପରେ ଏବେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପବିତ୍ର ରଥାଯାତ୍ରା ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ମହାମାରୀ ସମୟରେ ଅଧିକ ସଂଖ୍ୟକ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଚର୍ଚ୍ଚା ହେଉଛି। ଏ ନିଷ୍ପତ୍ତି ସମସ୍ତ ଜଗନ୍ନାଥ ପ୍ରମୀଙ୍କ ପାଇଁ ଯେତିକି ଦୁଖଃଦାୟକ ତାଠାରୁ ଅଧିକ ଯନ୍ତ୍ରଣାଦାୟକ ପୃଥିବୀର ସମସ୍ତ ସନାତନ ଧର୍ମାବଲମ୍ବିଙ୍କ ପାଇଁ।

ପ୍ରଶ୍ନ ଉଠୁଛି ଏ ମାନ୍ୟବର ସୁପ୍ରିମକୋର୍ଟ ଚାହିଁଥିଲେ ଏହାକୁ ଟାଳି ଦିଆଯାଇ ପାରିଥାନ୍ତା କି ? ବିଚାରାଳୟ ବା ବିଚାରପତି ତଥ୍ୟ ପ୍ରମାଣ ଯୁକ୍ତି ଆଉ ପ୍ରାସଙ୍ଗିକତା ଆଧାରରେ ରାୟ ଶୁଣାଇଥାନ୍ତି।  ଜନସ୍ବାସ୍ଥ୍ୟକୁ ଗୁରୁତ୍ବ ଦେବାକୁ ଯାଇ ଚାହିଁଥିଲେ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାର ମୂଳରୁ ତାଙ୍କ ନିଷ୍ପତ୍ତି ରଖି ପାରିଥାନ୍ତେ। ଅଥଚ ଦେଖିବାକୁ ମିଳିଲା ସରକାର ତାହା କଲେନାହିଁ। କାରୋନା କୁ ନେଇ ରାଜ୍ୟ ଠାରୁ ବିଶ୍ଵ ପର୍ଯ୍ୟନ୍ତ ସମସ୍ତେ ଏହାର ପ୍ରକୋପ କଅଁଣ ହେବ ସେ ନେଇ 4 ରୁ 6 ମାସ ପୂର୍ବରୁ ଅନୁମାନ ରାଖୀ ସାରିଛନ୍ତି। ଏହା ସତ୍ବେ  ସରକାର ରଥ ନିର୍ମାଣ କାର୍ଯ୍ୟ ଚାଲୁ ରଖିଲେ। ମୂଳରୁ ଶ୍ରୀ ମନ୍ଦିର ପରିଚାଳନା କମିଟି ଚଳିତ ବର୍ଷ ରଥ ଯାତ୍ରା କିଭଳି ପାଳନ କରାଯିବ ସେ ବାବଦରେ ରାଜ୍ୟ ସରକାରଙ୍କୁ ଏକ 22 ପୃଷ୍ଠା ର ରିପୋର୍ଟ ଦେଇଛନ୍ତି । ଯେଉଁଥିରେ କୁହାଯାଇଛି କି ସର୍ବ ନିମ୍ନ ସେବାୟତ ଦୟତାପତିଙ୍କ ଯୋଗଦାନରେ ବିନା ଭକ୍ତ ଙ୍କ ସମାଗମରେ ପୁଲିସ କର୍ମୀଙ୍କ ଦ୍ଵାରା ରଥ ଟଣା ହେବ। କିନ୍ତୁ ସୁପ୍ରୀମ କୋର୍ଟ ରେ ସରକାରଙ୍କ ଓକିଲ ହରିଶ ସାଲଭେ ଏ ତଥ୍ୟ ବିଚାରପତିଙ୍କ ନିକଟରେ ରଖିଲେ ନାହି। ଓଲଟ।  ଅଦାଲତ ରେ ତଥ୍ୟ ରଖିଲେ ଯେ 10 ରୁ 12 ଲକ୍ଷ ଭକ୍ତଙ୍କ ସମାଗମ ହେବ। ଯାହାକୁ ଆଧାର କରି ମାନ୍ୟବର ଅଦାଲତ ରଥ ଯାତ୍ରା ବନ୍ଦ କରାଯାଉ ବୋଲି ରାୟ ଦେଇଦେଲେ।  ସବୁଆଡେ ଚର୍ଚ୍ଚା ଓଡିଶା ବିକାଶ ପରିଷଦ ନାମକ ଏକ ସଂଗଠନର ଆବେଦନକ୍ରମେ ମାନ୍ୟବର ସୁପ୍ରିମକୋର୍ଟ ଯେଉଁ ନିଷ୍ପତ୍ତି ନେଇଛନ୍ତି ପ୍ରକୃତରେ ଏହା ପଛରେ ଆଉ କାହାର ଭୂମିକା ଅଛି । ଏ ସମଗ୍ର ଘଟଣା ପଛରେ ରାଜ୍ୟ ସରକାରଙ୍କ ଏକ ଭୟଙ୍କର ଷଢଯନ୍ତ୍ର ଥିବାର ସ୍ପଷ୍ଠ ଆଭାସ ମିଳୁଛି। ପ୍ରଶ୍ନ ଉଠୁଛି କାହିଁକି ରାଜ୍ୟ ସରକାର ଏଭଳି ଏକ ଷଢଯନ୍ତ୍ର ପାଇଁ ଚିନ୍ତା କଲେ, କ’ଣ ଥାଇପାରେ ଏହା ପଛର କାରଣ ? ଏହା ଏକ ସମ୍ବେଦନଶୀଳ ଆଉ ବିବାଦୀୟ ପ୍ରସଙ୍ଗ ହୋଇଥିଲେବି ଆମେ ଏହାକୁ ସତ୍ୟପାଠ ମାଧ୍ୟମରେ ଚର୍ଚ୍ଚା କରିବାକୁ ଏଥିପାଇଁ ନିଷ୍ପତ୍ତି ନେଲୁ କାରଣ ରାଜ୍ୟର ଚାରି କୋଟି ଓଡିଆଙ୍କର ଏ ଘଟଣା ପଛର ରହସ୍ୟ ଜାଣିବାର ଅଧିକାର ଅଛି। ଯାହାଙ୍କର ପରିଚୟରେ ଏ ଜାତି ବିଶ୍ବ ଦରବାରରେ ପରିଚିତ, ଯିଏ ପ୍ରତି ଓଡିଆର ହୃତସ୍ପନ୍ଦନ, ଆତ୍ମାର ପରମାତ୍ମା ତାଙ୍କର ଏଭଳି ପବିତ୍ର ଘୋଷଯାତ୍ରାକୁ ଶେଷ ମୁହୂର୍ତ୍ତରେ ବନ୍ଦ କରି ଦିଆଗଲା କାହିଁକି ? ପ୍ରଥମେ ଏହି ଘଟଣାରେ ମାନ୍ୟବର ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଲେ, ସେହି ହିସାବରେ ୧୩ ଦିନ ବିଳମ୍ବରେ ରଥ ନିର୍ମାଣ ପାଇଁ ସୁପ୍ରିମକୋର୍ଟ ମାଧ୍ୟମରେ ଅନୁମତି ମିଳିଲା। କୋଭିଡ୍ ୧୯ ନିୟମକୁ ମାନି ରଥ ନିର୍ମାଣ ଚାଲିଲା। ଭୋଇ ମହାରଣା ସେବାୟତଙ୍କ ସହ ୮ଶହ ସେବାୟତଙ୍କ ମଧ୍ୟ କୋଭିଡ୍-୧୯ ପରୀକ୍ଷା କରାଗଲା। ଆଉ ଏଥିରେ ଜଣେ  ହେଲେ ବି କାହାର କୋଭିଡ ପଜିଟିଭ ବାହାରିଲା ନାହି ଆଉ ସଫଳତାର ସହ ସ୍ନାନ ଉତ୍ସବ ମଧ୍ୟ ବିଧି ରକ୍ଷାକରି କରାଗଲା। ସୁପ୍ରିମ କୋର୍ଟ ଙ୍କ ପୂର୍ବରୁ ହାଇ କୋର୍ଟ ରଥ ଯାତ୍ରା ହେବ କି ନାହି ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡିଥିଲେ। କିନ୍ତୁ ସରକାର ଚୁପ ରହିଲେ ।

ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଲା ସୁପ୍ରୀମ କୋର୍ଟ ରେ ସରକାର ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ରଥ ଯାତ୍ରା ରୀତି ନୀତି କ୍ରାନ୍ତି ଉପରେ ଜ୍ଞାନ ଥିବା ଜଣେ ଓକିଲ ଙ୍କୁ ନିଯୋଜିତ ନ କରି ହରିଶ ସାଲବେ ଙ୍କୁ କାହିଁକି ଛିଡାକରିଲେ?  ତା’ହେଲେ ଜଣେ ଅଣ ଓଡିଆ ଆଡଭୋଓଡିଶାର ଆଡଭୋକେଟ ଜେନେରାଲ ଅଶୋକ ପରିଜା ନିଜେ କାହିଁକି ଅଦାଲତରେ ଛିଡା ହେଲେ ନାହି? କଣ ଜଣେ କେହି ଓଡିଆ ଓକିଲଙ୍କୁ ସରକାର ପାଇଲେ ନାହି ଯିଏ ମହାପ୍ରଭୁଙ୍କ ରଥ ଯାତ୍ରା ମାମଲା ସୁପ୍ରୀମ କୋର୍ଟ ରେ ଲଢି ପାରିଥାନ୍ତେ? ପୁରୀ ର ସାଂସଦ ପିନାକୀ ମିଶ୍ର ନିଜେ ସୁପ୍ରୀମ କୋର୍ଟ ରେ ଜଣେ ବରିଷ୍ଠ ଆଇନଜୀବୀ । ସେ ମଧ୍ୟ ଚୁପ ରହିଲେ। 

ଏ ସମଗ୍ର ଘଟଣାରେ ଆଉ ଜଣେ ଗୁରୁତ୍ବପୂର୍ଣ ବ୍ୟକ୍ତି ହେଉଛନ୍ତି ଗଜପତି ମହାରାଜା ଦିବ୍ୟଶିଙ୍ଗ  ଦେବ ଯିଏ ଶ୍ରୀ ମନ୍ଦିର ପରିଚାଳନା କମିଟି ର ଅଧ୍ୟକ୍ଷ ମଧ୍ୟ। ଇତି ମଧ୍ୟରେ ସେ ମଧ୍ୟ ପରାମର୍ଶ ଦେଇସାରିଛନ୍ତି ଯେ ରାଜ୍ୟ ସରକାର ତୁରନ୍ତ ରିଭ୍ୟୁ ପିଟିସନ ଦାଖଲ କରନ୍ତୁ ବୋଲି।

ପୁରୀ ଗୋବର୍ଦ୍ଧନ ପିଠ ର ସଙ୍କରାଚାର୍ଜ୍ୟ ମଧ୍ୟ ଏହି ରାୟ ରେ ସନ୍ତୁଷ୍ଠ ନୁହନ୍ତି। ଏହାର ପୁନର୍ବିଚାର ପାଇଁ ସେ ନିବେଦନ କରିଛନ୍ତି।

ହଜାର ହଜାର ବର୍ଷର ଏହି ପରମ୍ପରାକୁ ରକ୍ଷା କରିବାକୁ ଯାଇ ଅତିତରେ ଅନେକ ବିପତ୍ତି ପରେବି ଏ ଉତ୍ସବ (ବିଶେଷ ସ୍ଥିତିକୁ ଛାଡିଦେଲେ) ବନ୍ଦ ହୋଇନାହିଁ। ତା’ପରେ ଚଳିତ ବର୍ଷ ମଧ୍ୟ ଏହା କରିବାରେ କିଛି ଅସୁବିଧା ନଥିଲା ଯେହେତୁ ଏହା ପୂର୍ବରୁ ସ୍ନାନ ଉତ୍ସବ ସାମାଜିକ ଦୁରତ୍ବ ବଜାୟ ରଖି ପାଳନ ହୋଇ ସାରିଛି। ସରକାର ରଥଯାତ୍ରା ପ୍ରସୄତିର ଯଥେଷ୍ଠ ପୂର୍ବରୁ କରୋନା ମୁକାବିଲା ଆରମ୍ଭ କରି ଦେଇଥିଲେ। ସରକାର ଏକଥା ମଧ୍ୟ ଜାଣିଥିଲେ ନିୟମ କାନୁନକୁ କଡାକଡି ପାଳନକରି ରଥଯାତ୍ରା କରାଯାଇ ପାରେ ଅଥଚ ଏବେ ଏହାର ଆୟୋଜନକୁ ନେଇ ପ୍ରଶ୍ନବାଚୀ ଠିଆ କରିବାର କାରଣ କ’ଣ ହୋଇପାରେ। ପ୍ରଥମ କଥା ହେଲା କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟା ଏ ନିଷ୍ପତ୍ତି ପୂର୍ବରୁ ମାନ୍ୟବର କୋର୍ଟଙ୍କୁ ସମୟ ମାଗୁଥିବା ବେଳେ ରାଜ୍ୟ ସରକାରଙ୍କ ଓକିଲ ହରିଶ୍ ସାଲଭେ କିନ୍ତୁ ୧୦ ଲକ୍ଷ ଭକ୍ତ ସମାଗମ ହେବାର ଆଶଙ୍କା କରି ନହେବାକୁ ଯୁକ୍ତି ରଖିଥିଲେ। ଶେଷରେ ମାନ୍ୟବର କୋର୍ଟ ତଥ୍ୟ ପ୍ରମାଣ ଆଉ ଯୁକ୍ତିକୁ ଅନୁଧ୍ୟାନ କରି ଚଳିତ ବର୍ଷ ରଥଯାତ୍ରାନ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ। ଏଠାରେ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ୍ ଯଦି ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ଅଶୋକ ପରିଜା ତତ୍କାଳ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇପାରିଲେ ଆଉ ସରକାର କ୍ୟାବିନେଟ ଡାକି ତାହାକୁ ଗୃହୀତ କରାଇ ନେଲେ ତେବେ ଅନ୍ୟାନ୍ୟ ପ୍ରସଙ୍ଗରେ କାହିଁକି କରୁନାହାନ୍ତି ତାହା ରାଜ୍ୟବାସୀ ଜାଣିବା ଦରକାର। ୨୦୧୯ ମସିହା ନଭେମ୍ବର ୪ ତାରିଖରେ ମାନ୍ୟବର ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଜଗନ୍ନାଥ ମନ୍ଦିରରେ ସଂସ୍କାର ପାଇଁ ଏକ ଲମ୍ବା ନିର୍ଦ୍ଦେଶନାମା ଦେଇଥିଲେ। ଶ୍ରୀମନ୍ଦିରର ଶୃଙ୍ଖଳିତ ପରିଚାଳନା ପାଇଁ ଜଣେ ପୂର୍ଣ୍ଣ ସମୟର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତି ହେବା ଦରକାର ହେଲେ ଏଯାଏ ତାହା କରାଗଲା ନାହିଁ କାହିଁକି ? ଯଦି ରଥଯାତ୍ରା ବନ୍ଦ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ତାହେଲେ ସେହି ସୁପ୍ରିମକୋର୍ଟଙ୍କ ଆଉ ଏକ ନିଷ୍ପତ୍ତିକୁ ରାଜ୍ୟ ସରକାର ମାନିବାରେ ଏତେ ଟାଳଟୁଳ କାହିଁକି ? ଚାହିଁଥିଲେ ନିଜେ ରାଜ୍ୟ ସରକାରଙ୍କ ପ୍ରଥମ ଓକିଲ ତଥା ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା ସୁପ୍ରିମକୋର୍ଟରେ ଏହି ମାମଲାରେ ଲଢି ପାରିଥାନ୍ତେ। ଯେଉଁ ଯୁକ୍ତି ଆଉ ପ୍ରାସଙ୍ଗିକତାର କଥା ସରକାରଙ୍କୁ ବୁଝାଇବାକୁ ଚେଷ୍ଠା କରୁଛନ୍ତି ସେହି ସମାନ ଯୁକ୍ତି ଆଉ ତଥ୍ୟ ସୁପ୍ରିମକୋର୍ଟଙ୍କୁ କହି ପାରିଥାନ୍ତେ ଅଥଚ କଲେନାହିଁ। ରାଜ୍ୟ ସରକାର ଚାହିଁଥିଲେ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରି ଏହାର ସମାଧାନର ରାସ୍ତା ବାହାର କରି ପାରିଥାନ୍ତେ। ଜଗନ୍ନାଥଙ୍କ ରଥଯାତ୍ରା ନିର୍ଦ୍ଦିଷ୍ଟ ନୀତି ନିୟମ ପରମ୍ପରା ଉପରେ ପର୍ଯ୍ୟବେଶିତ। ଏହା କେବଳ ରଥ ଟାଣିବା ଭିତରେ ସୀମିତ ନୁହେଁ ବରଂ ଅନେକ ପରମ୍ପରା ସହ ଯୁକ୍ତ ଏକ ବ୍ୟବସ୍ଥିତ ବିଧି। ଶ୍ରୀମନ୍ଦିର ସତ୍ବଲିପି ଆଧାରରେ ମହାପ୍ରଭୁ ଅଣସର ଘରେ ରହିବା ଆଉ ସୁସ୍ଥ ହୋଇ ନବଯୌବନ ଦୃଶ୍ୟରେ ଭକ୍ତଙ୍କୁ ଦେଖାଦେବା ସବୁ ବିଧିଦ୍ବାରା ସ୍ଥିରୀକୃତ। ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ସାଥିରେ ନନେଇ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉଷୀ ମା ଘରକୁ ଯିବାକୁ ନେଇ ଏକ ପରମ୍ପରା ଅଛି। ଫେରିବା ପରେ ନିଳାଦ୍ରୀ ବିଜେ ପୂର୍ବରୁ ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପାଇଁ ରସଗୋଲା ଖୁଆଇ ଶ୍ରୀମନ୍ଦିର ପ୍ରବେଶ କରିଥାନ୍ତି। ଏହି ଘଟଣା ମଧ୍ୟରେ ଲକ୍ଷ୍ମୀ ନାରାୟଣ ଭେଟହେବା ସହ ଗଇଁଠାଳ ଫିଟା ନୀତି ମଧ୍ୟ ସମ୍ପର୍ଣ୍ଣ ହୋଇଥାଏ। ଯଦି ରଥଯାତ୍ରା ନହେବ ତା’ହେଲେ ଏ ନୀତି କାନ୍ତି ମଧ୍ୟ ବାଧାପ୍ରାପ୍ତ ହେବ। ଏ ସମଗ୍ର ଘଟଣା କ୍ରମରେ ସରକାରଙ୍କ ଭୂମିକା ସନ୍ଦେହ ମଧ୍ୟକୁ ଚାଲିଆସୁଛି। ସରକାର ସବୁକଥାରେ ଦୈତ ଚରିତ୍ର ନିର୍ବାହ କରୁଥିବାର ଦେଖିବାକୁ ମିଳୁଛି। ଗୋଟିଏ ପଟେ ରଥ ନିର୍ମାଣ ଠାରୁ ସବୁକିଛିକୁ ସ୍ବାଭାବିକ୍ ଢଙ୍ଗରେ ସୁଯୋଗ ଦେଇ ଚାଲିଥିବା ବେଳେ ସେପଟରେ ସୁପ୍ରିମକୋର୍ଟରେ ଭିନ୍ନ ମତ ଉପସ୍ଥାପନ କରୁଛନ୍ତି। ଏହା ସୁପ୍ରିମକୋର୍ଟଙ୍କ ରାୟ ହୋଇପାରେ କିନ୍ତୁ ଯେଉଁ ଷଢଯନ୍ତ୍ରର ଆଧାରରେ ଏଭଳି ଏକ ଭୟଙ୍କର ରାୟ ସୁପ୍ରିମକୋର୍ଟ ଶୁଣାଇଲେ ସେଥିପାଇଁ ରାଜ୍ୟ ସରକାର ୪ କୋଟି ଓଡିଆଙ୍କୁ ଅନ୍ତତପକ୍ଷେ ଜଣାଇବା ଦରକାର । ପୁରୀର ସାଂସଦ ପିନାକୀ ମିଶ୍ର ନିଜେ ଜଣେ ସୁପ୍ରିମକୋର୍ଟ ଓକିଲ ଅଥଚ ଏ ଘଟଣାରେ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇ ଯାଇଛନ୍ତି। ଖଣି ଖାଦାନ ମାଧ୍ୟମରେ ରାଜ୍ୟ ସରକାରଙ୍କ କୋଟିକୋଟି ଟଙ୍କାର ଲୁଟରୁ ରକ୍ଷା କରିବା ପାଇଁ ଖଣି ମାଲିକଙ୍କର ଓକିଲ ହୋଇ ଲଢିବେ ଅଥଚ ମହାପ୍ରଭୁଙ୍କ ପାଇଁ ଲଢିବେ ନାହିଁ।  ଏ ଷଢଯନ୍ତ୍ର ସରକାରଙ୍କ ପାଇଁ ଅନେକ ମହଙ୍ଗା ପଡିବ ସେଥିରେ ସନ୍ଦେହ ନାହିଁ ହେଲେ ଯେଭଳି ଛଳନା କରି କୋଟିକୋଟି ଓଡିଆଙ୍କ ଭାବାବେଗ ସହ ଖେଳ ଖେଳାଗଲା ତାହା ସମସ୍ତଙ୍କୁ ତାଜୁବ୍ କରିଦେଇଛି। ରଥଯାତ୍ରା ପାଇଁ ଯେଉଁ ଶେଷ ଆଶା ଟିକକ ଅଛି ତାହା ଆସନ୍ତା ସୋମବାର ସ୍ପଷ୍ଠ ହୋଇଯିବ ବୋଲି ଜଣାପଡିଛି ।

Related Posts