ଭୁବନେଶ୍ୱର,୧୭/୨(ସତ୍ୟପାଠ ବ୍ୟୁରୋ): କିରଣ୍ଡୁଲରୁ ବିଶାଖାପାଟଣା ଯାଉଥିବା କୋଇଲା ବୋଝେଇ ମଲ୍ ଗାଡ଼ି ଲାଇନଚ୍ୟୁତ ଘଟିଛି। ଏହି ମାଲ୍ ଗାଡିର ୬ଟି ବଗି ଟ୍ରେନ୍ ଟ୍ରାକ୍ରୁ ଖସି ଯାଇଥିବା ସୂଚନା ମିଳିଛି। ଏଥିରେ କୌଣସି ମୃତାହତ ହୋଇନଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାରିକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସୂଚନା ମୁତାବିକ, ଆଜି କୋରାପୁଟ ରେଳ ଷ୍ଟେସନ ଠାରୁ ୬ କିମି ଦୂର ଶୁକୁ ଷ୍ଟେସନ ନିକଟରେ ମାଲଗାଡ଼ି ଲାଇନ୍ ଚ୍ୟୁତ ଘଟିଥିବା ଜଣାପଡିଛି। ଫଳରେ ଜଗଦଲପୁର୍- ବିଶାଖାପାଟଣା ଓ ବିଶାଖାପାଟଣାରୁ ଜଗଦଲପୂରକୁ ଚଳାଚଳ କରୁଥିବା ଦୁଇ ଟ୍ରେନ ବାତିଲ କରାଯାଇଛି। ଘଟଣା ସ୍ଥଳକୁ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏହାର କାରଣ ଖୋଜିବା ପାଇଁ ଏକ ବିଶେଷଜ୍ଞ ଦଳ ମଧ୍ୟ ଘଟଣା ସ୍ଥଳକୁ ବାହାରିଛି।
ଅନ୍ୟପଟେ କୋରାପୁଟ ରୁ ବିଶାଖାପାଟଣା ରେଳପଥରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶାଖାପାଟଣାରୁ କୋରାପୁଟ ଆସୁଥୁବା ପାସେଞ୍ଜର୍ ଟ୍ରେନ ପାଲିବା ନିକଟରେ ଅଟକି ରହିଥିବା ସୂଚନା ମିଳିଛି।
