କୋଇଲା ତସ୍କରୀ ମାମଲା: ପଶ୍ଚିମବଙ୍ଗର ୮ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦିଲ୍ଲୀ ଡାକରା

କୋଲକାତା : କୋଇଲା ତସ୍କରୀ ମାମଲାରେ ପଶ୍ଚିମବଙ୍ଗର ୮ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପଚରା ଉଚରା ନିମନ୍ତେ ଦିଲ୍ଲୀ ଡକାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗୁରୁବାର ଗଣମାଧ୍ୟମକୁ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ଯେଉଁ ଭାରତୀୟ ପୋଲିସ ସେବା ଅଧିକାରୀଙ୍କୁ ଇଡି ଡକାଇ ପଠାଇଛନ୍ତି ସେମାନଙ୍କ ମଧ୍ୟରେ ଏଡିଜି ସିଆଇଡି ଜ୍ଞାନବନ୍ତ ସିଂହ, କୋଟେଶ୍ୱର ରାଓ, ଏସ. ସେଲଭା ମୁରୁଗନ, ଶ୍ୟାମ ସିଂହ, ରାଜୀବ ମିଶ୍ର, ସୁକେଶ କୁମାର ଜୈନ ଓ ତଥାଗତ ବସୁ ଆଦି ଅଧିକାରୀମାନେ ଅଛନ୍ତି।

ଏହି ଆଇପିଏସ ଅଧିକାରୀମାନଙ୍କୁ ଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ଲାଗି ତାରିଖ ସୂଚିତ କରିଦିଆଯାଇଛି। ଇଡି ଅଧିକାରୀଙ୍କ ଅନୁସାରେ ଏହି ଆଇପିଏସ ଅଫିସରମାନେ କୋଇଲା ତସ୍କରୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହି ଅନିୟମିତତାରୁ ଅଧିକାରୀଙ୍କୁ ଫାଇଦା ମିଳିଥିବା ଏହା ହିଁ ହେଉଛି ପ୍ରମାଣ। ଏହି ସବୁ ଅଧିକାରୀମାନେ ସେହି ସବୁ ଅଞ୍ଚଳରେ ମୁତୟନ ଥିଲେ ଯେଉଁ ସବୁ ଅଞ୍ଚଳରୁ କୋଇଲା ତସ୍କରୀ ହେଉଥିଲା ବୋଲି କହିଛନ୍ତି।

ଗତବର୍ଷ ମଧ୍ୟ ଇଡି ଏହି ଅଧିକାରୀମାନଙ୍କୁ ତଲବ କରିଥିଲେ। ସେତେବେଳେ ଇଡିରେ ୭ ଅଧିକାରୀ ହାଜର ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗ କୋଇଲା ଓ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ସିବିଆଇ ଓ ଇଡି ମିଳିତ ତଦନ୍ତ କରୁଛନ୍ତି। ଗତବର୍ଷ ସିବିଆଇ ୩ ଜଣ ଆଇପିଏସ ଅଫିସରଙ୍କୁ ପଚରା ଉଚରା ଲାଗି ଦିଲ୍ଲୀ ଡକାଇଥିଲେ।

Related Posts