ଝୁଲନ୍ତା ଅବସ୍ଥାରେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗୀର: ବଲାଙ୍ଗୀର ସହର ଶାନ୍ତିପଡ଼ାରେ ହଇଚଇ । ଜଣେ କଲେଜ୍ ଛାତ୍ର ଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି ।ଭଡାଘରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ସୋନପୁର ଜିଲ୍ଲା ଉଲୁଣ୍ଡା ଗାଁର ରମଣୀକାନ୍ତ କ୍ଷେତୀ ବୋଲି ଜଣାପଡିଛି । ଅନ୍ୟପଟରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ ରମଣୀକାନ୍ତ ‌କ୍ଷେତୀ ଶାନ୍ତିପଡ଼ାରେ ଏକ ଭଡ଼ାଘରେ ରହୁଥିଲେ। ସେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଯୁକ୍ତ ତିନି ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଗତକାଲି ବିଲମ୍ୱିତ ରାତିରେ ଘର ଭିତରେ ରମଣୀଙ୍କର ଝୁଲନ୍ତା ମୃତଦେହକୁ ସାଙ୍ଗସାଥୀମାନେ ଦେଖିଥିଲେ। ଟାଉନ ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲା। ବିଲମ୍ୱିତ ରାତି ହୋଇଥିବାରୁ ଘର ଭିତରୁ ଶବ ଉଦ୍ଧାର କରାଯାଇ ପାରିନଥିଲା । ଆଜି ପରିବାର ଲୋକଙ୍କ ଉପସ୍ଥିତିରେ ପୁଲିସ ଶବ ଉଦ୍ଧାର କରିଛି। ଛାତ୍ରର ମୃତ୍ୟୁ ନେଇ ସାଇଣ୍ଟିଫିକ ଟିମ ମଧ୍ୟ ଛାନଭିନ ଆରମ୍ଭ କରିଛି । ସେପଟେ ରମଣୀକାନ୍ତଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା କହୁଛନ୍ତି ପରିବାର ଲୋକେ ।

Related Posts