ଅସଲି ଆସୁଛି, ନକଲି ଠାରୁ ସାବଧାନ; ବିଜେପି ଓ ରାଜ ଠାକରେଙ୍କୁ ଟାର୍ଗେଟ କରି ଅଯୋଧ୍ୟାରେ ଏଭଳି ପୋଷ୍ଟର ଲଗାଇଲା ଶିବସେନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତ ପୂର୍ବରୁ ହିଁ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏନେଇ ବିଜେପି କେତେବେଳେ ରାଜ ଠାକରେଙ୍କୁ ନେଇ ବୟାନ ଦେଉଥିବାବେଳେ ଏହି କ୍ରମରେ ଶିବସେନା ମଧ୍ୟ ପଛରେ ରହୁନାହିଁ । ଗୋଟିଏ ପଟେ ଯେଉଁଠାରେ ବିଜେପି ସାଂସଦ ବୃଜ ଭୂଷଣ ଶରଣ ସିଂ ଘୋଷଣା କରିଛନ୍ତି ଯେ ରାଜ ଠାକରେଙ୍କୁ ଅଯୋଧ୍ୟାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଅନ୍ୟପକ୍ଷରେ ବିଜେପି ଏବଂ ରାଜ ଠାକରେଙ୍କୁ ଟାର୍ଗେଟ କରି ଶିବସେନାଙ୍କ ଏକ ପୋଷ୍ଟର ସାମ୍ନାକୁ ଆସିଛି। ଯେଉଁଥିରେ ଲେଖାଯାଇଛି ଅସଲି ଆ ରାହା ହେ, ନକଲି ସେ ସାବଧାନ । ଏହି ପୋଷ୍ଟରରେ ସ୍ୱର୍ଗତ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ଫଟୋ ରହିଛି। ଅନ୍ୟ ପଟେ ଭଗବାନ ଶ୍ରୀ ରାମଙ୍କ ଚିତ୍ର ଅଛି ଏବଂ ‘ଜୟ ଶ୍ରୀ ରାମ’ ଲେଖା ରହିଛି । ଆଦିତ୍ୟ ଠାକରେ ଜୁନ୍ ୧୦ ରେ ଅଯୋଧ୍ୟା ପରିଦର୍ଶନ କରିବେ ଏବଂ ରାମ ଲାଲାର ଦର୍ଶନ କରିବେ ।

ଅନ୍ୟପଟେ ମହାରାଷ୍ଟ୍ରର ଲାଉଡ ସ୍ପିକର ଏବଂ ହନୁମାନ ଚାଳିସା ପାଇଁ ଆନ୍ଦୋଳନ କରୁଥିବା ରାଜ ଠାକରେ ରାମଲାଲାଙ୍କୁ ଦର୍ଶନ କରିବାକୁ ଜୁନ ୫ରେ ଅଯୋଧ୍ୟା ଗସ୍ତ କରିବାକୁ ଘୋଷଣା କରିଛନ୍ତି। ତାଙ୍କ ଘୋଷଣା ପରେ ଶିବସେନା ଏମଏନଏସ ମୁଖ୍ୟଙ୍କୁ ଟାର୍ଗେଟ କରୁଛନ୍ତି। ଶିବସେନା କହିଛି ଯେ ସେମାନଙ୍କୁ ରାଜ ଠାକରେଙ୍କଠାରୁ ‘ହିନ୍ଦୁତ୍ୱ’ ଶିଖିବା ଆବଶ୍ୟକ ନାହିଁ। ଏଥି ସହିତ ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ ବିରୋଧ ମଧ୍ୟ ଆରମ୍ଭ ହୋଇଛି। କେସିଆରଗଞ୍ଜର ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ଏହାକୁ ବିରୋଧ କରି ଘୋଷଣା କରିଛନ୍ତି ଯେ ସେ ରାଜ ଠାକରେଙ୍କୁ ଅଯୋଧ୍ୟାରେ ପ୍ରବେଶ କରିବାକୁ ଦେବେ ନାହିଁ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts