ଭଦ୍ରକ ଅବକାରୀ ବିଭାଗକୁ ସଫଳତା: ବିପୁଳ ପରିମାଣର ଦେଶୀ ମଦ ସହ 2 ଗିରଫ

ଭଦ୍ରକ : ଭଦ୍ରକ ଅବକାରୀ ବିଭାଗକୁ ମିଳିଲା ସଫଳତା । ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ସହ ଦୁଇ ଜଣଙ୍କୁ ଗିରଫ କରିଛି । ବନ୍ଧା ହୋଇଥିବା ଅଭିଯୁକ୍ତ ମାନେ ହେଲେ ଧାମନଗର ଥାନା ଡ଼ିପଦା ଗାଁର ମନୋଜ କୁମାର ନନ୍ଦ ଓ ପାହାଡ଼ପୁର ଗାଁର ରାକେଶ କୁମାର ଖୁଣ୍ଟିଆ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୨ ଗୋଟି ମାମଲା ରୁଜୁ କରାଯାଇଛି ।

ଖବର ଅନୁଯାୟୀ, ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଧାମନଗର ଥାନା ଖଡ଼ିପଦା, ପାହାଡ଼ପୁର, ଦେହୁଡ଼ି ଆନନ୍ଦପୁର, ଉତ୍ତେଇପୁର ଓ ଦୋବଲ ବଜାର ଅଞ୍ଚଳରେ ଚଢାଉ କରି ୧୮.୭୫୦ ଲିଟର ବିଅର, ୫ ଲିଟରରୁ ଅଧିକ ବିଦେଶୀ ମଦ ଏବଂ ୧୨ ଲିଟର ଦେଶୀ ମଦ ମଦ ଜବତ ହୋଇଛି । ଏହାସହିତ ଏଥିରେ ସମ୍ପୃକ୍ତି ଥିବା ୨ ଜଣଙ୍କୁ ଗିରଫ କରାଯାଇଛି ।

Related Posts